କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାକୁ ଯାଇ ଭାସି ଗଲେ ଛାତ୍ର
ଡ଼ଙ୍ଗା ଭସାଇବାକୁ ଯାଇ ଭାସିଗଲେ ଛାତ୍ର । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନରେ।
ଢେଙ୍କାନାଳ: ଡ଼ଙ୍ଗା ଭସାଇବାକୁ ଯାଇ ଭାସିଗଲେ ଛାତ୍ର । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନରେ। ନିଖୋଜ ଛାତ୍ର ଜଣଙ୍କ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋସନ ନାୟକ। ସେ ନବମ ଶ୍ରେଣୀର ଛାତ୍ର ଥିଲେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରୋସନ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବାକୁ ଯାଇଥିଲେ। ସେଠାରେ ଡଙ୍ଗା ଭସାଇ ବୁଡ଼ ପକାଇବା ବେଳେ ସେ ଭାସିଯାଇଥିଲେ। ପରିବାର ଲୋକେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଡଙ୍ଗା ସାହାଯ୍ୟରେ ରୋସନଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।
ରୋସନ ବାପାମା'ଙ୍କର ଗୋଟାଏ ପୁଅ ଥିଲେ। ତାଙ୍କର ନିଖୋଜ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications