ମଳଦ୍ବାର ପଟେ ଜବରଦସ୍ତି ଭର୍ତ୍ତି କରାଇ ଦେଲେ ଷ୍ଟିଲ ଗ୍ଲାସ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ୍ କଢାଯାଇଛି ।
ଗଞ୍ଜାମ: ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଲେ। ଅପରେସନ ପରେ ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ୍ କଢାଯାଇଛି ।

୮ ଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଇଥିଲେ। ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା । ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ା ଆସିଯାଇଥିଲେ। ଅତ୍ୟନ୍ତ ବ୍ୟଥା ହେବା ପରେ କୃଷ୍ଣ ଏମକେସିଜି ସର୍ଜରୀ ବିଭାଗରେ ପହଞ୍ଚିଥିଲେ। ତାଙ୍କ ଅସ୍ତ୍ରୋପଚାର ୧୯ ତାରିଖରେ ସଫଳ ଭାବେ ହୋଇଛି।
ଡାକ୍ତରୀ ଟିମ୍ ପ୍ରଥମେ ମଳଦ୍ବାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହେବା ପରେ ପେଟ ଅପରେସନ କରି ତାହାକୁ ବାହାର କରିଥିଲେ ।












Click it and Unblock the Notifications