ପୁଣି ବଢିଲା ବସ ଭଡା
ଭୁବନେଶ୍ବର: ଓଡ଼ିଶାରେ ପୁଣି ଥରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଛି। ଦେଶରେ ତୈଳଦର ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି।

ପରିବର୍ଦ୍ଧିତ ବସ୍ ଭଡ଼ା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। କିଲୋମିଟର ପିଛା ଏକ୍ସପ୍ରେସ ବସ୍ ଭଡ଼ାକୁ ୯୩ରୁ ୯୬ ପଇସା ବଢିଛି। କିଲୋମିଟର ପ୍ରତି ଡିଲକ୍ସ ବସ୍ ଭଡ଼ା ୧.୨୯ରୁ ୧.୩୫ ଟଙ୍କାକୁ ବୃଦ୍ଧି ପାଇଛି।
𝐍𝐎𝐓𝐈𝐂𝐄 - Please find the revised bus fare from Bhubaneswar to different towns for different category of buses w.e.f. 𝟏𝟔.𝟏𝟎.𝟐𝟏 attached.👇 pic.twitter.com/P1TQU9NTBc
— State Transport Authority, Odisha (@STAOdisha) October 16, 2021
ବସ ଭଡା ବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ତୈଳଦର ବୃଦ୍ଧି ଯୋଗୁ ଭଡା ବଢାଇବା ଏକପ୍ରକାର ଆବଶ୍ୟକ ବୋଲି କୁହାଯାଉଥିବା ବେଳେ କରୋନା ସମୟରେ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି।












Click it and Unblock the Notifications