ଆରମ୍ଭ ହେଲା ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ପ୍ରସ୍ତୁତି, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
ଓଡିଶାରେ ୭୫ତମ ସ୍ୱାଧୀନତା ଦିବସ ଚଳିତ ବର୍ଷର୍ କୋଭିଡ୍ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଅତିଥୀ ଏବଂ ଅଧିକାରୀଙ୍କ ଗହଣରେ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶର୍ନୀ ପଡ଼ିଆରେ ପାଳନ ହେବ।
ଭୁବନେଶ୍ବର: ଓଡିଶାରେ ୭୫ତମ ସ୍ୱାଧୀନତା ଦିବସ ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଅତିଥୀ ଏବଂ ଅଧିକାରୀଙ୍କ ଗହଣରେ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶର୍ନୀ ପଡ଼ିଆରେ ପାଳନ ହେବ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବରେ ୧୫ ଅଗଷ୍ଟ ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କାର୍ଯ୍ୟସୂଚି ପ୍ରକାଶ ପାଇଛି।

ପୂର୍ବାହ୍ନ ୮.୫୮ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ଉତ୍ସବ ସ୍ଥଳରେ ପହଁଚିବେ । ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ମହା ନିରୀକ୍ଷକ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପ ମହା ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସବ ସ୍ଥଳକୁ ସ୍ୱାଗତ କରିବେ । ଚଳିତ ବର୍ଷ କୋଭିଡ୍ ମହାମାରୀ ଦୃଷ୍ଟିରୁ କେବଳ ସମାରୋହ ଆୟୋଜନ ଦାୟିତ୍ୱରେ ରହିଥିବା ଅଧିକାରୀ ଏବଂ କର୍ମଚାରୀ ତଥା ପୋଲିସ୍ ଅଧିକାରୀମାନେ ଉପସ୍ଥିତ ରହିବେ । ସମାରୋହକୁ କୋଭିଡ୍ ଯୋଦ୍ଧା, ସଫେଇ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରିତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ମହାତ୍ମା ଗାନ୍ଧୀ ମାର୍ଗରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ବିଗତ କିଛି ବର୍ଷ ହେଲା ରାଜ୍ୟସ୍ତରୀୟ ସମାରୋହ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଛି ।
ବୈଦ୍ୟୁତିକ ଗଣମାଧମକୁ ପ୍ରଦାନ କରାଯିବ କମନ୍ ଫିଡ୍
କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଚଳିତ ବର୍ଷ ମଧ୍ୟ ପୂର୍ବ ବଷଁ ଭଳି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମଗୁଡିକୁ "କମନ୍ ଫିଡ୍" ପ୍ରଦାନ କରାଯିବ । ଏଥିସହିତ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ମଧ୍ୟ ସ୍ୱାଧୀନତା ଦିବସ ସମାରୋହର ସିଧାପ୍ରସାରଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।

ସ୍ୱାଧୀନତା ଦିବସ ପାଳନ ଅବସରେ ସାଜସଜ୍ଜା
୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲୋକ ସେବକ ଭବନ ଏବଂ ବିଧାନ ସଭା ଭବନ ସମେତ ରାଜଧାନୀରେ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ଯଥା: ବିଡିଏର ଆକାଶ ଶୋଭା ଭବନ, ଲୋକ ସମ୍ପର୍କ ଭବନ, ରାଜୀବ ଭବନ, କମିଶନରେଟ୍ ପୁଲିସ ଇତ୍ୟାଦି ରଙ୍ଗୀନ୍ ଆଲୋକମାଳାରେ ଝଲସିବ । ସେହିପରି ଏଜି ଛକ, ରାଜ ଭବନ, ଲୋୟର ପିଏମ୍ଜି ଅଦି ଅଂଚଳରେ ବହୁ ସଂଖ୍ୟକ ଜାତୀୟ ପତାକା ସୁଉଚ୍ଚ ଷ୍ଟାଣ୍ଡ ମାଧ୍ୟମରେ ପ୍ରଦର୍ଶିତ ହେବ ।
୧୫ ଅଗଷ୍ଟ ସକାଳେ ଶୁଣିବାକୁ ମିଳିବ ରାମ୍ ଧୁନ୍
ରାଜଧାନୀର ବିଭିନ୍ନ ଅଂଚଳରେ ୧୫ ଅଗଷ୍ଟ ପ୍ରତୁ୍ୟଷରୁ ରାମ୍ ଧୁନ୍ ଶୁଣିବାକୁ ମିଳିବ । ବିଭିନ୍ନ ଅଂଚଳରେ ବିଭାଗ ପକ୍ଷରୁ ମାଇକ୍ ସଂଯୋଗ ହୋଇଥିବା ଏକାଧିକ ଗାଡି ମାଧ୍ୟମରେ ରାମ୍ ଧୁନ୍ ସଙ୍ଗୀତ ଶୁଣାଇବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
କାର୍ଯ୍ୟସୂଚୀ:
- ମୁଖ୍ୟ ଅତିଥୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ।
- ପୁଲିସ୍ ବ୍ୟାଣ୍ଡ୍ ଦ୍ୱାରା ଜାତୀୟ ସଙ୍ଗୀତର ସମ୍ପୂର୍ଣ୍ଣ ପଂକ୍ତି ବାଦନ କରାଯିବ।
- ପ୍ୟାରେଡ୍ କମାଣ୍ଡର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ପ୍ରଦାନ କରିବେ।
- ପ୍ୟାରେଡ୍ ବିଶ୍ରାମ ଅବସ୍ଥାରେ ରହିବ।
- ମୁଖ୍ୟମନ୍ତ୍ରୀ ଉପସ୍ଥିତ ଦର୍ଶକଙ୍କୁ ଅଭିଭାଷଣ ପ୍ରଦାନ କରିବେ।
- ପ୍ୟାରେଡ୍ କମାଣ୍ଡରଙ୍କ ଦ୍ୱାରା "କ୍ୱାମୀ ନାରା" ଓ ଜୟହିନ୍ଦ୍ର ଧ୍ୱନୀ ଗାନ କରାଯିବ।
- ମୁଖ୍ୟମନ୍ତ୍ରୀଙ୍କ ସମାରୋହ ସ୍ଥାନରୁ ପ୍ରଦାନ।












Click it and Unblock the Notifications