ଓଡ଼ିଶାରେ ପଢୁଥିବା ମଣିପୁରର ଛାତ୍ରଛାତ୍ରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର: ୭ ଦିନରେ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ମଣିପୁର ଛାତ୍ରଛାତ୍ରୀ ? ସମସ୍ତ ବିଶ୍ବବିଦ୍ୟାଳୟକୁ ତଥ୍ୟ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି। ମଣିପୁର ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କ ଆଧାରରେ ଏହି ଚିଠି ଆସିଛି। ଅନ୍ୟ ରାଜ୍ୟରେ ସେହି ଛାତ୍ର ଛାତ୍ରୀ କିଭଳି ଅଛନ୍ତି, ତାଙ୍କର କିଛି ଅସୁବିଧା ହେଉଛି କି ଏ ବାବଦରେ ଜାଣିବା ପାଇଁ ଏହି ଚିଠି ଜାରି କରାଯାଇଛି ।

ମଣିପୁର ମୁଖ୍ୟ ଶାସନ ସଚିବ ମେ' ୧୯ରେ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ। ୭ ଦିନରେ ତଥ୍ୟ ଦେବାକୁ ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ।

manipur_violence

ଲେଖାଯାଇଥିବା ଚିଠିରେ କୁହାଯାଇଛି ଓଡ଼ିଶାରେ ପଢ଼ୁଥିବା ମଣିପୁର ଛାତ୍ରଛାତ୍ରୀଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା, ବିଶ୍ୱବିଦ୍ୟାଳୟ ଦ୍ୱାରା ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ଦେବାକୁ କୁହାଯାଇଛି।

ମଣିପୁର ସରକାରଙ୍କ ଦ୍ୱାରା ଇଣ୍ଟରନେଟ୍ ସେବା ବନ୍ଦ ଓ କର୍ଫ୍ୟୁ ଲାଗୁ ରହିଛି । ବହୁ ଛାତ୍ରଛାତ୍ରୀ ଓଡ଼ିଶାରେ ପଢ଼ୁଥିବାରୁ ସେମାନେ ଏଭଳି ପରିସ୍ଥିତି ଯୋଗୁ ନିଜର ଦୈନନ୍ଦିନ ଓ ପାଠ୍ୟକ୍ରମ ସଂକ୍ରାନ୍ତ ଖର୍ଚ୍ଚ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବେ ।

ତେଣୁ ଏହି ପରିସ୍ଥିତିରେ ମଣିପୁର ପିଲାଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନହେବ ଏବଂ ସେମାନେ କଷ୍ଟର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ରାଜ୍ୟପାଳ ଅନୁରୋଧ କରିଥିଲେ ।

ସେପଟେ ମଣିପୁର ସ୍ଥିତିକୁ ନେଇ ସଂସଦ ବି ଅଚଳ। ସୋସିଆଲ ମିଡ଼ିଆରେ ଭାଇରାଲ୍ ମଣିପୁର ଭିଡ଼ିଓକୁ ସବୁଠି ନିନ୍ଦା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+