ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୫୯ ଲକ୍ଷ ୫୯ ହଜାରଙ୍କୁ ଟିକାକରଣ ସରିଛି । ଏଥି ମଧ୍ୟରୁ ପ୍ରଥମ ଡୋଜ ଏକ କୋଟି ୨୧ ଲକ୍ଷ, ଦ୍ବିତୀୟ ଡୋଜ ୩୭ ଲକ୍ଷ ୮୮ହଜାର ଜଣଙ୍କୁ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୫୯ ଲକ୍ଷ ୫୯ ହଜାରଙ୍କୁ ଟିକାକରଣ ସରିଛି । ଏଥି ମଧ୍ୟରୁ ପ୍ରଥମ ଡୋଜ ଏକ କୋଟି ୨୧ ଲକ୍ଷ, ଦ୍ବିତୀୟ ଡୋଜ ୩୭ ଲକ୍ଷ ୮୮ହଜାର ଜଣଙ୍କୁ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି, ଜୁଲାଇ ମାସରେ ନିର୍ଧାରିତ କୋଟା ଠାରୁ ଅଧିକ ଟିକା ରାଜ୍ୟକୁ ମିଳିଛି । ଜୁଲାଇ ମାସରେ ୩୦ ଲକ୍ଷ ୫୦ ହଜାର ୯୧୦ ଆଲୋକେସନ ଥିବା ବେଳେ ୪୪ ଲକ୍ଷ ୮୩ ହଜାର ୩୨୩ ଟିକା ମିଳିଛି । ସେହିପରି ଅଗଷ୍ଟ ମାସ ପାଇଁ ୩୩ ଲକ୍ଷ ୭୨ ହଜାର ୨୮୦ ଡୋଜ ଆସିବ । ଏହା ବାଦ ରାଜ୍ୟ ଅଧିକ ମାଗିବ ଦ୍ରୁତ ଟିକା କରଣ ପାଇଁ । ଏବେ ସୁଦ୍ଧା ୩୦ ହଜାର ଗର୍ଭବତୀ ଟିକା ନେଇ ସାରିଛନ୍ତି । କୌଣସି ଜଣକ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇ ନାହିଁ। ଆସନ୍ତା ୪ରୁ ୫ ମାସ ମଧ୍ୟରେ ଯଥେଷ୍ଟ ଆସିବାର ଅଛି । ଯଦି ମିଳିଲା ତାହେଲେ ରାଜ୍ୟ ଡିସେମ୍ବର ସୁଦ୍ଧା ଟିକାକରଣ ଲକ୍ଷ୍ୟ ହାସଲ କରିପାରିବେ ବୋଲି ସେ କହିଛନ୍ତି ।












Click it and Unblock the Notifications