Get Updates
Get notified of breaking news, exclusive insights, and must-see stories!

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୨୩: ଓଡ଼ିଶା ରାଜ୍ୟ ଦିବସ ପାଳିତ

ନୂଆଦିଲ୍ଲୀ ପ୍ରଗତି ମଇଦାନ ରେ ଚାଲିଛି ୪୨ ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୨୩ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଭିନ୍ନ ରାଜ୍ୟ ମାନଙ୍କ ପକ୍ଷରୁ ପ୍ରଦର୍ଶନୀ ଲଗାଯାଇଛି । ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯାଇଛି ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ, କୋରାପୁଟ ଧାରୁଆ ଜନଜାତିର ବିର୍ଲି ନୃତ୍ୟ, ଡାଲଖାଇ ନୃତ୍ୟ ଗୀତରେ ଝୁମିଥିଲେ ପ୍ରବାସୀ ଓଡ଼ିଆ। ଚଳିତବର୍ଷ ଭାରତ ଆନ୍ତର୍ଜାତିକ ମେଳା ୨୦୨୩ର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ - ୟୁନାଇଟେଡ ବାଏ ଟ୍ରେଡ ।

ପ୍ରଗତି ମୈଦାନର ଆମ୍ଫିଥିଏଟରରେ ହଜାର ହଜାର ଦର୍ଶକ ଅତ୍ୟନ୍ତ ଉତ୍ସାହର ସହ ଦେଖିଥିଲେ ଡାଲଖାଇ, ସମ୍ବଲପୁରୀ ଓ ଆଦିବାସୀ ବିର୍ଲି ନୃତ୍ୟ । ହର ହର ଶମ୍ଭୁ ଗୀତ ଗାନ କରି ଓଡ଼ିଶା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପ୍ରଗତି ମୈଦାନରେ ଶିହରଣ ସୃଷ୍ଟି କରିଥିଲା ।

Odisha State Day

ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା କୋଣାର୍କ ଚକ୍ର । ଏହି ପାଭିଲିୟନରେ ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ଦର୍ଶାଯାଇଛି । ତା ସହିତ ଓଡ଼ିଶା ର ସଂସ୍କୃତି ପରମ୍ପରା କୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଯାହାର ମୁଖ୍ୟ ଆକର୍ଷଣ ରହିଛି କରୁଣା ସିଲକ । ଏଥିରେ ରାଜ୍ୟର ୮ ଟି ବିଭାଗର ୨୪ ଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ରାଜ୍ୟ ଦିବସ ସମାରୋହର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆଙ୍କ ସମେତ ଦେଶ ବିଦେଶର ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ ।

ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିଛି 'ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩' । ଏହି ବିଶାଳ ମେଳାରେ ଅନ୍ୟତମ ଆକର୍ଷଣ ହେଉଛି 'ଓଡ଼ିଶା ପାଭିଲିୟନ' । ଯେଉଁଠି ରାଜ୍ୟର କଳା,ସଂସ୍କୃତି, କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+