ଏଥର ବିଧାନସଭାରେ ଉପସ୍ଥାପିତ ହେବ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ !

ସୋମବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଲକ୍ଷ ୩୦ ହଜାର କୋଟି ଟଙ୍କାର ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦ ମଞ୍ଜୁର କରିଛନ୍ତି ।

Odisha Assembly

ଭୁବନେଶ୍ବର: ସୋମବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ ମିଳିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଲକ୍ଷ ୩୦ ହଜାର କୋଟି ଟଙ୍କାର ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦ ମଞ୍ଜୁର କରିଛନ୍ତି । ଏହା ସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୯୬ଲକ୍ଷ କୋଟି ଟଙ୍କାର ସଂଶୋଧିତ ବଜେଟକୁ ମଧ୍ୟ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ସଚିବ କହିଛନ୍ତି ଯେ, ମନ୍ତ୍ରି ପରିଷଦ ବୈଠକରେ ୨୦୨୨-୨୩ର ସମୀକ୍ଷା କରାଯାଇଥିଲା। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି। ଅନୁମୋଦନ ହୋଇଥିବା ବଜେଟ୍‌କୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୫ଟି ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ତେବେ ଚଳିତ ବର୍ଷର ବଜେଟରେ ଚାଷୀ ଓ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ଆଜୀବିକା ପ୍ୟାକେଜ୍ ସହ ଶିକ୍ଷା,ସ୍ୱାସ୍ଥ୍ୟ, ଗ୍ରାମ୍ୟ ଭିତ୍ତିଭୂମି, ପାନୀୟ ଜଳ ଓ ଜଳସେଚନ, ସହରାଂଚଳ ମୌଳିକ ଭିତ୍ତିଭୂମି ବିକାଶ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ବୃଦ୍ଧି କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+