ପାକ୍ସ ଗୁଡ଼ିକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବେ ସମବାୟ ବ୍ୟାଙ୍କ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ପାକ୍ସ ଗୁଡିକୁ ସହାୟତା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ଏଗୁଡ଼ିକର ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ଅପରିହାର୍ଯ୍ୟ ।

ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ । ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି । ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି । ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି । ବିଳମ୍ବ ନ କରି ସମୟୋଚିତ ଢଙ୍ଗରେ ଏହି ଆର୍ôଥକ ସହାୟତା ରାଶିର ସୁବିନିଯୋଗ ଜରୁରୀ ।

atanu sabyasachi nayak

ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ୩୪ ଟି ପାକ୍ସକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟସବୁ ବ୍ଲକ୍‌ରେ ଥିବା ପାକ୍ସ ଗୁଡିକୁ ସହାୟତା ରାଶି ପ୍ରଦାନ କରାଯିବ । ଓଡ଼ିଶା ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଟି ପ୍ରସାଦ ରାଓ ଦୋରା ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ସାରା ଭାରତରେ ଚାଷୀଙ୍କ ବୀମାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଭିତ୍ତିଭୂମି ବିକାଶ ଉପରେ ଦେଉଛି । ଲ୍ୟାମ୍ପ୍ସ ଓ ପାକ୍ସ ଗୁଡିକର କମ୍ପୁଟରୀକରଣ, ମୋ ସେବା କେନ୍ଦ୍ର ପ୍ରତିଷ୍ଠା ଓ ଭିତ୍ତିଭୂମି ସରକାର ଗୁରୁତ୍ୱାରୋପ କରୁଛନ୍ତି ।

ଜାତୀୟ ସ୍ତରରେ କୃଷି କ୍ଷେତ୍ରକୁ ସମବାୟ ଋଣ ମାତ୍ର ୧୭ ପ୍ରତିଶତ ଥିବାବେଳେ ଆମ ରାଜ୍ୟରେ କୃଷି ନିମନ୍ତେ ସମବାୟ ଋଣ ୫୨ ପ୍ରତିଶତ ହାସଲ ଗୌରବର ବିଷୟ ବୋଲି ଶ୍ରୀ ଦୋରା ମତବ୍ୟକ୍ତ କରିଥିଲେ । ବୈଠକରେ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦ୍ଧବ ଚନ୍ଦ୍ର ମାଝୀ, ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନନ୍ତ କୁମାର ସାମଲ ଏବଂ କେନ୍ଦ୍ରୀୟ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି, ଉପସଭାପତି ଓ ସମ୍ପାଦକଗଣ ଏହି ସମାରୋହରେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+