Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶା ପକ୍ଷରୁ ଆୟୋଜିତ ହେଲା କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସଚେତନତା କର୍ମଶାଳା

ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶା ଦ୍ଵାରା ଏହାର ଭୁବନେଶ୍ଵର ସ୍ଥିତ ମୁଖ୍ୟାଳୟରେ ଏକ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ସମ୍ପର୍କିତ ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଏବଂ ସଂଗଠନରୁ ୧୦୦ରୁ ଉର୍ଦ୍ଧ୍ଵ ଅଧିକାରୀ ଯୋଗ ଦେଇଥିଲେ । କର୍ମଶାଳାକୁ ଓଡିଶା ସରକାରଙ୍କର ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉଦ୍ଘାଟନ କରି କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ତଥା ଅନ୍ୟ କେତେକ ବୈଷୟିକ ଜ୍ଞାନ କୌଶଳ (Technology) କୁ ବ୍ୟବହାର କରି ରାଜ୍ୟରେ ବିଭିନ୍ନ ଜନକଲ୍ୟାଣ ଯୋଜନା କିଭଳି ଭାବରେ ତ୍ୱରାନ୍ନିତ କରାଯାଇ ପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ I

ai

କୃତ୍ରିମ ବୁଦ୍ଧିମତ୍ତା (Artificial Intelligence)କୁ ବ୍ୟବହାର କରି ନୋଟିଂ, ଡ୍ରାଫ୍ଟିଙ୍ଗ ଭଳି ଦୈନଦିନ ସରକାରୀ କାର୍ଯ୍ୟକୁ ସହଜରେ କରାଯାଇ ପାରିବ ବୋଲି ସେ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦିଲ୍ଲୀସ୍ଥିତ ସୂଚନା ବିଜ୍ଞାନ କେନ୍ଦ୍ର ମୁଖ୍ୟାଳୟର ଉପ ମହାନିର୍ଦ୍ଦେଶକ ତଥା ଓଡିଶା ରାଜ୍ୟ ସଂଯୋଜକ ଟିମୋଥୀ ଦଖର କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ଉପରେ ନିଜର ଅନୁଭୂତିକୁ ବିଶେଷ ଭାବରେ ଉପସ୍ଥାପନ କରିବା ସହିତ ଏହାର ଆଇନଗତ, ଗୋପନୀୟତା, ପାରଦର୍ଶିତା, ସାମାଜିକ, ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶାର ଉପ ମହାନିର୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ନିଜର ସ୍ଵାଗତ ଭାଷଣରେ କର୍ମଶାଳାର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଭବିଷ୍ୟତରେ ଏହିପରି ଅନେକ କର୍ମଶାଳା ସରକାରୀ ଅଧିକାରୀମାନଙ୍କ ପାଇଁ କରାଯିବାର ଯୋଜନା ରହିଛି ବୋଲି ପ୍ରକାଶ କରିଥିଲେ।

ଅନୁଷ୍ଠାନର ସମସ୍ତ ବୈଜ୍ଞାନିକ, ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ତଥା କର୍ମଚାରୀମାନେ ଏଥିରେ ଉତ୍ସାହପୂର୍ବକ ଯୋଗଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା କୃତ୍ରିମ ବୁଦ୍ଧିମତ୍ତା (Artificial Intelligence)ର ଏକ Brochure ଉନ୍ମୋଚିତ ହୋଇଥିଲା । ପରିଶେଷରେ ନବୀକରଣ କରାଯାଇଥିବା ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶାର ଏକ ଦକ୍ଷତା ବିକାଶ କେନ୍ଦ୍ର (Centre for Skill Development)କୁ ଅତିଥିମାନେ ଉଦ୍ଘାଟନ କରିଥିଲେ । ଅତିରିକ୍ତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ପବିତ୍ରାନନ୍ଦ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜୟନ୍ତ କୁମାର ମିଶ୍ର ସଂଚାଳନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+