ରାଜ୍ୟ ବଜେଟ୍ ପୂର୍ବରୁ ଆଜି ବସିବ କ୍ୟାବିନେଟ୍; ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ରାତି ସାଢେ ୮ଟାରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।

ଆସନ୍ତାକାଲି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ତେଣୁ ଏହା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିପାରେ । ମୋହନ ସରକାରଙ୍କ ଏହା ତୃତୀୟ କ୍ୟାବିନେଟ ବୈଠକ ହେବାକୁ ଯାଉଛି । ପୂର୍ବରୁ ଦୁଇଟି କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ବୁଧବାର ରାଜ୍ୟରେ ନବଗଠିତ ବିଜେପି ସରକାରର ତୃତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଜଣାପଡିଛି ।

ଅନ୍ୟପଟେ ସୋମବାରରୁ ଆରମ୍ଭ ହୋଇଛି ବିଧାନସଭାରେ ବଜେଟ ଅଧିବେଶନ । ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି । ତେବେ ଆଜି ତୃତୀୟ ଦିନରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି ।{image--20240724-111951-0000-1721800579.jpgodia.oneindia.com}

ସୂଚନାଯୋଗ୍ୟ ଗତ ଜୁନ୍‌‌ ୧୨ ତାରିଖରେ ମୋହନ ସରକାର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ରାଜ୍ୟରେ ସମୃଦ୍ଧ କୃଷକ ନୀତି ଅଧିନରେ ଧାନର ଏମଏସପି ୩୧୦୦ଟଙ୍କାକୁ ବୃଦ୍ଧି ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା। ଏହାପରେ ଜୁଲାଇ ୧୦ରେ ମୋହନ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ବୈଠକ ବସିଥିଲା। ଏହି କ୍ୟାବିନେଟରେ ୫ ପ୍ରସ୍ତାବରେ ମୋହର ବାଜିଥିଲା। ସେଥି ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ, ଓଡ଼ିଆ ଭାଷା ସାହିତ୍ୟ ପାଇଁ କର୍ପସ ଫଣ୍ଡ, ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ,୨୦ ହଜାର ଶିକ୍ଷକ ନିଯୁକ୍ତି,ଉଠା ଜଳ ସେଚନ ବିଭାଗ ପ୍ରକଳ୍ପ ଓ ପିଏମ କିସାନ ରେ କାଳିଆ ହିତାଧିକାରୀଙ୍କୁ ସାମିଲ କରିବା ନିଷ୍ପତ୍ତି ନିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+