ଶନିବାର ରାଜ୍ୟ କ୍ୟାବିନେଟ୍ : ଆସିପାରେ ଏହି ସବୁ ପ୍ରସ୍ତାବ, ଲାଗିପାରେ ମୋହର
ଆସନ୍ତା ଶନିବାର ଅର୍ଥାତ 17 ତାରିଖରେ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ
ଭୁବନେଶ୍ୱର । ଆସନ୍ତା ଶନିବାର ଅର୍ଥାତ 17 ତାରିଖରେ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ପାଇଁ ଦୁଇ ଦିନ ତଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ପ୍ରସ୍ତାବ ଲୋଡ଼ା ଯାଇଥିଲା । ଗୁରୁବାର ସୁଦ୍ଧା ସରକାରଙ୍କ ପାଖକୁ ପାଞ୍ଚଟି ପ୍ରସ୍ତାବ ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ସାଢେ 5ଟା ସମୟରେ ଏହି କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ।

ରାଜ୍ୟ କ୍ୟାବିନେଟରେ ଆସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ବିଭିନ୍ନ କ୍ୟାଡର ପୁନଃଗଠନ ନେଇ ପ୍ରସ୍ତାବ ରହିଛି । ଏହାବାଦ୍ ବାଗଚୀ ଦମ୍ପତିଙ୍କ ଉଦ୍ୟମରେ ଉନଫୋଭ୍ୟାଲି ଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହେବ ଏଥିଲାଗି ରାଜ୍ୟ ସରକାର ଟିକସ (ଷ୍ଟାମ୍ପ ଡ୍ୟୁଟି) ଛାଡ କରାଯିବାର ପ୍ରସ୍ତାବ ରହିଛି । ଏଥିଲାଗି ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଏହି ପ୍ରକ୍ରିୟା ଯଦି ଆଜି ଶେଷ ହେବ ତେବେ ଏହାକୁ କ୍ୟାବିନେଟରେ ସ୍ଥାନିତ କରାଯିବ । ଏହାବାଦ୍ ଅନ୍ୟ ବିଭାଗ ପକ୍ଷରୁ ଯଦି ପ୍ରସ୍ତାବ ଆସିବ ତେବେ ଏହାକୁ ସ୍ଥାନ ଦିଆଯିବ ବୋଲି ଜଣାପଡିଛି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications