ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ
ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ସୋମବାର ଅପରାହ୍ଣରେ ଲୋକସେବା ଭବନରେ ବସିବ ବୈଠକ । ସେହିଦିନ ହିଁ ବସିବ ମନ୍ତ୍ରୀ ପରିଷଦ ବୈଠକ ।
ଭୁବନେଶ୍ୱର: ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ସୋମବାର ଅପରାହ୍ଣରେ ଲୋକସେବା ଭବନରେ ବସିବ ବୈଠକ । ସେହିଦିନ ହିଁ ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ତେବେ ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର । ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ଅନୁମୋଦନ ମିଳିବ ।

ସୂଚନାଥାଉ କି, ଚଳିତ ମାସ ୨୧ ତାରିଖରୁ ରାଜ୍ୟ ବଜେଟ୍ ଅଧିବେସନ ଆରମ୍ଭ ହେବ । ଫେବୃୟାରୀ ୨୪ ତାରିଖରେ ବଜେଟ୍ ଉପସ୍ଥାପନା ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାନା କରିବେ । ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ହେବ । ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।












Click it and Unblock the Notifications