Get Updates
Get notified of breaking news, exclusive insights, and must-see stories!

ଜାପାନରୁ ବସିଲା ରାଜ୍ୟ କ୍ୟାବିନେଟ୍ ବୈଠକ: ୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ବିଦେଶ ମାଟିରୁ ପ୍ରଥମ ଥର ପାଇଁ ବସିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଜାପାନରେ ବସିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଜାପାନରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି। କୋରାପୁଟ, ନବରଂଗପୁର, ବଲାଙ୍ଗୀର କଟକରେ ପାଇପ୍‌ ଜଳ ପ୍ରକଳ୍ପ ହେବ। ପିଏଫ୍‌ଓ ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Odisha Cabinet

ଏହାଛଡ଼ା 'ଓଡ଼ିଶା ପରିବାର' ନାମରେ ଏକ ନୂଆ ନିର୍ଦେଶାଳୟ ଖୋଲାଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ଏହା ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ ପ୍ରଚାର ଦିଗରେ ଏହା କାମ କରିବ ।

ରାଜ୍ୟ ଯୋଜନା ଅର୍ନ୍ତଭୁକ୍ତ କୃଷକ ସଂଗଠନ ଗୁଡିକୁ ସହାୟତା ଉଦ୍ଦେଶ୍ୟରେ ଆଗାମୀ ୫ବର୍ଷ ପାଇଁ ୩ଶହ ୧୩କୋଟି ୬୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ।ହଜାରରେ ଉର୍ଦ୍ଧ କୃଷକ ଉତ୍ପାଦକ ସଂଗଠନ ୩ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରି ରୁଣ ସଂଯୋଗୀକରଣ , ଆର୍ଥିକ ବୈଷୟିକ ଓ ଭିତିଭୂମି ସହାୟତା ସହ ଏକତ୍ରିକରଣ ଓ ବଜାର ସଂଯୋଗୀକରଣ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।

କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଉନ୍ନତ ଜ୍ଞାନକୌଶଳ ଆପଣାଇବାରେ ଓଡ଼ିଶା ଆଗୁଆ । ଏହାକୁ 5T ଅଧିକ କ୍ରିୟାଶୀଳ କରିବା ସହ ଲୋକଙ୍କୁ ସେବା ଯୋଗାଇବା ସହଜ କରିଛି । ଉତ୍ତମ ସେବା ଯୋଗାଇବା ଲାଗି ଟେକ୍ନୋଲୋଜିର ବଡ଼ ଭୂମିକା ରହିଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଟେକ୍ନୋଲୋଜି ପାଇଁ ପାଇଁ ଆଉ ଶାରିରୀକ ଉପସ୍ଥିତିର ଆବଶ୍ୟକତା ନାହିଁ । ଓଡ଼ିଶା ସରକାରଙ୍କ OSWAN ମଧ୍ୟ ଟେକ୍ନୋଲୋଜିକୁ ଆପଣାଇଛି । ଫଳରେ ଉପସ୍ଥିତି ନଥିଲେ ମଧ୍ୟ ଉଚିତ୍ ସମୟରେ ସେବା ଯୋଗାଇ ଦିଆଯାଇ ପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ପୁଞ୍ଜି ନିବେଶ ନିମନ୍ତେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏବେ ଜାପାନ ଗସ୍ତରେ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+