ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ; ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ତେବେ ଏହି ବୈଠକରେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଶୀତ ଅଧିବେଶନ ଜାରି ରହିଥିବା ସମୟରେ ଏହି କ୍ୟାବିନେଟ୍‌‌ ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

naveen_patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ୬୭ତମ କ୍ୟାବିନେଟ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହି ବୈଠକ ବହୁ ଗୁରୁତ୍ଵପୂର୍ଣ୍ଣ ।

ଗତକାଲି ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପୂର୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ ।

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଏବଂ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିଏମ ନିକଟକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଯାହା ଫଳରେ ପ୍ରଶ୍ନକାଳ ଚାଲିପାରି ନଥିଲା ।

ଗତକାଲି ବିଧାନସଭାରୁ ବାହାରି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟ । ଆଦିବାସୀ ଜମି ବିକ୍ରି ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି ବିଧାୟକ ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+