Odisha Cabinet: କ୍ୟାବିନେଟ୍‌ରେ ବିକଶିତ ଗାଁ, ବିକଶିତ ଓଡ଼ିଶାକୁ ମଞ୍ଜୁରୀ

କ୍ୟାବିନେଟ୍‌ରେ ବିକଶିତ ଗାଁ, ବିକଶିତ ଓଡ଼ିଶାକୁ ମଞ୍ଜୁରୀ। ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପ୍ରଥମ ବର୍ଷ ବଜେଟ୍‌ରେ ୧ ହଜାର କୋଟି ଟଙ୍କା ଥିଲା । ପରବର୍ତ୍ତୀ ବର୍ଷମାନଙ୍କରେ ଆବଶ୍ୟକତା ଦେଖି ବ୍ୟୟ ବରାଦ ବଢ଼ିବ । ଆମ ଓଡ଼ିଶା ନବୀନ ଓଡ଼ିଶା' ପୂରା ଫେଲ୍‌ ମାରିଥିଲା ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଆମ ଓଡ଼ିଶା ନବୀନ ଓଡ଼ିଶା' ଠିକାଦାରୀ ସନ୍ତୁଷ୍ଟୀକରଣ ପାଇଁ ଥିଲା ।

Cabinet approves developed village developed Odisha

କୃଷି ବିଭାଗର ଶୀତଳ ଭଣ୍ଡାର ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ନୂଆ ଶୀତଳ ଭଣ୍ଡାର ଲାଗି ପୁଞ୍ଜି ବିନିଯୋଗରେ ସବସିଡ୍ ଦିଆଯିବ । ଜନଜାତିଙ୍କ ସହିତ ମହିଳା ଓ ତୃତୀୟ ଲିଙ୍ଗୀଙ୍କୁ ସବସିଡ୍ ମିଳିବ। ୪ଟି ସ୍ଲାବ୍‌ରେ ସବସିଡ୍ ସୁବିଧା ମିଳିବ। ମୋଟ ପୁଞ୍ଜି ବ୍ୟୟର ୬୦ ପ୍ରତିଶତ ସବସିଡ୍ ମିଳିବ। ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ସବସିଡ୍ ଦିଆଯିବ। ଅନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍ ୬ କୋଟି ପର୍ଯ୍ୟନ୍ତ ସବସିଡ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍‌ରେ ରିହାତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ସେମିକଣ୍ଡକ୍ଟର କାରଖାନା ଲାଗି ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍‌କୁ ୫୦ ପ୍ରତିଶତ ଇନସେଣ୍ଟିଭ୍ ଦିଆଯିବ । ପୂର୍ବରୁ ସରକାର ୩୦ ପ୍ରତିଶତ ଦେଉଥିଲେ, ୨୦ ପ୍ରତିଶତ ଟପଅପ୍ ଆକାରରେ ଦିଆଯିବ । ଏଥିପାଇଁ ୨ଟି ପର୍ଯ୍ୟାୟ ୧୧୦ କୋଟି ଖର୍ଚ୍ଚ ହେବ । ୭୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।

ଫେବ୍ରୁଆରି ୫, ୬ ଓ ୭ରେ ଷୋଡ଼ଶ ଅର୍ଥ କମିଶନ ଓଡ଼ିଶା ଆସିବେ । ଅର୍ଥ କମିସନଙ୍କ ନିକଟରେ ଓଡ଼ିଶା ନିଜର ଦାବି ଉପସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ୨୦୨୬ରୁ ୨୦୩୧ ବର୍ଷରେ ଉନ୍ନତିକରଣ କାର୍ଯ୍ୟ ଲାଗି ଅର୍ଥ କମିସନଙ୍କ ନିକଟରେ ଅର୍ଥ ଦାବି କରାଯିବ । ଓଡ଼ିଶା ପାଇଁ ୫ ବର୍ଷ ଲାଗି ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+