Odisha Budget 2024: ଆସନ୍ତା ୨୫ରେ ଆସିବ ରାଜ୍ୟ ବଜେଟ୍; ଆଜି ଗ୍ରହଣ କରାଯିବ ପ୍ରାକ୍ ବଜେଟ୍ ପରାମର୍ଶ

ରାଜ୍ୟରେ ଆସନ୍ତା ୨୫ ତାରିଖରେ ଆସିବ ବିଜେପି ସରକାରଙ୍କ ପ୍ରଥମ ବଜେଟ । ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପରେ ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୦୨୫ ମସିହା ପାଇଁ ରାଜ୍ୟ ବଜେଟ୍ । ତା'ପୂର୍ବରୁ ଆଜି ପ୍ରାକ୍ ବଜେଟ୍ ପରାମର୍ଶ ଗ୍ରହଣ କରାଯିବ।

ଲୋକସେବା ଭବନରେ ଦିନ ସାଢେ ୧୧ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ଅତିଥିମାନଙ୍କ ସହ ଆଲୋଚନା ଏବଂ ମତାମତ ସଂଗ୍ରହ କରାଯିବ।

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍ ସଂପର୍କରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଆଲୋଚନା କରିଥିଲେ ।
ଏହାସହ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପ୍ରମୁଖ।।

Odisha state budget

ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଉପସ୍ଥାପନ ହେବାକୁ ଥିବା ବଜେଟ୍‌ ଓ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ଅର୍ଥ ବିଭାଗ ଶ୍ରୀ ମାଝୀଙ୍କ ପାଖରେ ଥିବାରୁ ସେ ଏଥର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ। କିଛି ଦିନ ପୂର୍ବେ ସେ ବଜେଟ୍‌ ଲାଗି ଜନ ସାଧାରଣଙ୍କ ମତାମତ ଲୋଡ଼ିଥିଲେ। ସେଥିପାଇଁ ହ୍ବାଟସ୍‌ଆପ୍, ଇ-ମେଲ୍‌, ଏସ୍‌ଏମ୍ଏସ୍‌ ଆଦି ସୁବିଧା ପ୍ରଦାନ କରାଯାଇଥିଲା।

ରାଜ୍ୟର ନୂଆ ସରକାର ନିଜକୁ ଲୋକଙ୍କ ସରକାର କହୁଥିବାରୁ ଏଥର ବଜେଟ୍‌ରେ ସାଧାରଣ ଜନତାଙ୍କ କଲ୍ୟାଣ ନେଇ କିଛିଟା ଘୋଷଣା ହେବା ଆଶା କରାଯାଉଛି। ଏହା ବ୍ୟତୀତ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି ତାହାର ପ୍ରତିଫଳନ ମଧ୍ୟ ବଜେଟ୍‌ରେ ଦେଖିବାକୁ ମିଳିବ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। କେନ୍ଦ୍ର ସରକାର ଧାନ ଏମ୍ଏସ୍‌ପିକୁ ୨୩୦୦ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ଏହି ପ୍ରତିଶ୍ରୁତି ପୂରଣ କରିବା ଲାଗି କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ବୋନସ୍ ଦେବାକୁ ପଡ଼ିବ। ଏହା ବ୍ୟତୀତ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦେବାର ପ୍ରତିଶ୍ରୁତି ମଧ୍ୟ ରହିଛି। ଦେଢ଼ ଲକ୍ଷ ପାଖାପାଖି ସରକାରୀ ପଦ ପୂରଣ କରିବା ପ୍ରତିଶ୍ରୁତିକୁ ମଧ୍ୟ ସରକାରଙ୍କୁ ପାଳନ କରିବାକୁ ପଡ଼ିବ। ସେଥିପାଇଁ ମୋଟା ଅଙ୍କର ବ୍ୟୟବରାଦ ଆବଶ୍ୟକ।

ପୂର୍ବ ସରକାରଙ୍କ ଅମଳରେ ସ୍ବତନ୍ତ୍ର କୃଷି, ଲିଙ୍ଗ ଓ ଜଳବାୟୁ ପରିବର୍ତ୍ତନ ବଜେଟ୍ ଉପସ୍ଥାପନ କରାଯାଉଥିଲା। ଏଥର ସେହି ଧାରା ଜାରି ରହିବ ନା ନାହିଁ ତାହା ବଜେଟ୍ ଉପସ୍ଥାପନ ବେଳେ ଜଣାପଡ଼ିବ। ଗତ ଫେବ୍ରୁଆରିରେ ପୁରୁଣା ସରକାର ୧.୧୮ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+