ଆଗକୁ ରାଜ୍ୟ ବଜେଟ୍; ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ମୋହନ ମାଝୀ

ଆଗକୁ ରାଜ୍ୟ ବଜେଟ୍ । ତା'ପୂର୍ବରୁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ । ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି ।

ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ SMS ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି ।

ୱେବ ପୋର୍ଟାଲ ହେଉଛି budget.odisha.gov.in। ସେହିପରି [email protected] ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ । ଏହାବ୍ୟତୀତ 94381-61111 ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ପଠାଇପାରିବେ ।

odisha State Budget

କେବଳ ଏତିକି ନୁହେଁ, ଫେସବୁକ, ଇନଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ମତ ପଠାଇପାରିବେ । ଏସବୁ ଜରିଆରେ ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ନିଜର ମତାମତ ଜୁନ୍ ୨୦ରୁ ଜୁଲାଇ ୫ ତାରିଖ ଯାଏଁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ଆଜି ବାଚସ୍ପତି ନିର୍ବାଚନ । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି । ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି।

ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି।
ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାଜପା ପ୍ରାର୍ଥୀ ହିଁ ବାଚସ୍ପତି ପାଇଁ ନିର୍ବାଚିତ ହେବେ। କାରଣ ୧୪୭ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୭୮, ବିଜେଡିକୁ ୫୧, କଂଗ୍ରେସକୁ ୧୪, ଗୋଟିଏ ସିପିଆଇ(ଏମ) ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଭାଜପାରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ହିମାଂଶୁ ଶେଖର ସାହୁ, ବଡ଼ମ୍ବାରୁ ବିଜୟ ଦଳବେହେରା ଏବଂ ମାହାଙ୍ଗାରୁ ସାରଦା ପ୍ରଧାନ ବିଜୟୀ ହୋଇଛନ୍ତି। ତେବେ ଏହି ୩ ବିଧାୟକ ଭାଜପା ସପକ୍ଷରେ ଅଛନ୍ତି। ତେଣୁ ବାଚସ୍ପତି ନିର୍ବାଚନ ହେଲେ ଶାସକ ଦଳ ସପକ୍ଷରେ ୮୧ ଖଣ୍ଡ ଭୋଟ ପଡ଼ିବା ସମ୍ଭାବନା ରହିଛି। ସେହିପରି କଂଗ୍ରେସ,ବିଜେଡି ଏବଂ ସିପିଆଇ(ଏମ)ର ସଦସ୍ୟଙ୍କୁ ମିଶାଇଲେ ବିରୋଧୀ ଦଳ ସପକ୍ଷରେ ମୋଟ ୬୬ ଖଣ୍ଡ ଭୋଟ ପଡ଼ିବ। ତେଣୁ ବିରୋଧୀମାନେ ଏକାଠି ହୋଇ ବାଚସ୍ପତି ପଦ ଲାଗି କାହାକୁ ପ୍ରାର୍ଥୀ ନ ଦେବା ଯଥେଷ୍ଟ ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+