ଆଜି ମୋହନ ସରକାରର ପ୍ରଥମ ବଜେଟ୍‌, ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଆସିବ ରାଜ୍ୟ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅପରାହ୍ନ ୫ଟାରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ନିଜେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ।

ଏଥିରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ନିଯୁକ୍ତି ଓ ମହିଳାଙ୍କୁ ଫୋକସ୍ କରାଯାଇପାରେ । ରାଜ୍ୟର ପ୍ରଥମ ଥର ସରକାର ଗଢିଥିବା ବିଜେପି ବଜେଟରେ ଜନକଲ୍ୟାଣ ଯୋଜନାକୁ କେତେ ଅଗ୍ରାଧିକାର ଦେବ ? ରାଜ୍ୟ ବଜେଟର ଆକାର କେତେ ବଢ଼ିବ? ଜନକଲ୍ୟାଣ ଯୋଜନା ନେଇ କ'ଣ ନୂଆ ଘୋଷଣା ହେବ, ଏହା ଉପରେ ସମସ୍ତଙ୍କ ଆଖି ।

ଚଳିତ ଆର୍ଥିକ ବର୍ଷ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଗତ ଫେବୃଆରୀରେ ୨.୫୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଗତ କରିଥିଲେ ଓ ଏହାମଧ୍ୟରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧.୧୮ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ (କାମଚଳା ବଜେଟ୍‌) ଆଣିଥିଲେ । ଇତିମଧ୍ୟରେ ସରକାର ପରିବର୍ତ୍ତନ ତ ହୋଇଛି ଓ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି । ନୂଆ ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକର ଅନୁପାଳନ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି ।

mohan majhi

ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର, ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପେନସନ ରାଶି ୩୦୦ ଟଙ୍କାକୁ ବୃଦ୍ଧି, ଧାନର ଏମ୍‌ଏସ୍‌ପି ୩୧୦୦ ଟଙ୍କା କରାଯିବା ପାଇଁ କୁିଣ୍ଟାଲ ପିଛା ଅନ୍ୟୁନ ୮୦୦ ଟଙ୍କା ବୋନସ, କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାର୍ଯ୍ୟକ୍ରମ, ମେଟ୍ରୋ ସହରରେ ଓଡ଼ିଆ ସମୁଦାୟ ଭବନ, ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି, ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ୧୦ ହଜାର ଟଙ୍କା ସହାୟତା,

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିମନ୍ତେ ସହାୟତା, ଦୁଇ ବର୍ଷରେ ୬୫ ହଜାର ନିଯୁକ୍ତି ଆଦି ପ୍ରତିଶ୍ରୁତି ପୂରଣ ପାଇଁ ସରକାରଙ୍କୁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ତେଣୁ ବଜେଟ୍ ଆକାର ବୃଦ୍ଧି ପାଇବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ବଜେଟ ଉପସ୍ଥାପନା ହେବା ପରେ ହୋଇଯିବ ସ୍ପଷ୍ଟ କେଉଁ ବିଭାଗକୁ କେତେ ମିଳିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+