ଏଣିକି ଗାଡ଼ିରେ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ: ନୋଟିସ ଜାରି କଲେ STA
ଏଣିକି ଭେଇକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍(VLTD) ଓ ପାନିକ ବଟନ୍ ବାଧ୍ୟତାମୂଳକ । ଏ ନେଇ ନେଇ ରାଜ୍ୟ ପରିବହନ ପ୍ରାଧିକରଣ(STA) ପବ୍ଲିକ୍ ନୋଟିସ ଜାରି କରିଛି ।
ଦୁଇ ଚକିଆ, ରିକ୍ସା ଓ ତିନି ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ୍ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ ଓ କ୍ଷତିକାରକ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ ।
ଅକ୍ଟୋବର ୧ରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ପଞ୍ଜୀକରଣ ସମୟରେ ହିଁ ଲାଗିବ VLTD ଓ ପାନିକ ବଟନ୍। ଚଳିତ ମାସ ୩୦ ତାରିଖ ଭିତରେ ପରିବହନ ଗାଡ଼ି କିଣିଥିଲେ, ଡିସେମ୍ବର ୩୧ ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ ।
ନୂଆ ବର୍ଷରୁ ଅର୍ଥାତ୍ ୨୦୨୪ ଜାନୁଆରୀ ପହିଲାରୁ ଏସବୁ ବର୍ଗର ସମସ୍ତ ପୁରୁଣା ଗାଡ଼ି ପାଇଁ VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ କରାଯିବ । ଭିଏଲଟିଡ଼ି ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ୱେବସାଇଟ୍ ଜାରି କରାଯାଇଛି । ଏଥିରେ ଭିଏଲଟିଡ଼ି ସଂଯୋଗ କରିପାରିବେ ଗାଡ଼ି ମାଲିକ ।

ତେଣୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ ଥିବା ଏସବୁ ବର୍ଗର ପୁରୁଣା ଗାଡ଼ିରେ VLTD ଓ ପାନିକ ବଟନ୍ ଲଗାଇବାକୁ STA ପରାମର୍ଶ ଦେଇଛି । ନଚେତ୍ ଆଗକୁ ଏଭଳି ଗାଡ଼ିର ମାଲିକମାନେ ଫିଟନେସ୍ ସାର୍ଟିଫିକେଟ, ମାଲିକାନା ପରିବର୍ତ୍ତନ, ପରମିଟ ପାଇବେ ନାହିଁ ବୋଲି STA ଚେତାଇ ଦେଇଛି ।
ସମୟ ସୀମାରେ ଡିଭାଇସ୍ ସଂଯୋଗ ନପାରିଲେ ସମ୍ପୃକ୍ତ ଗାଡ଼ିର ଫିଟନେସ୍ ବାତିଲ କରାଯିବ । ଆରଟିଓରେ ଗାଡ଼ିର ମାଲିକାନା ପରିବର୍ତ୍ତନ, ପରମିଟ୍, ନ୍ୟାସନାଲ ପରମିଟ୍ ଆଦି କାଗଜପତ୍ର କାମ ହୋଇ ପାରିବ ନାହିଁ । ଯାତ୍ରୀଙ୍କ ନିରାପତାକୁ ଦୃଷ୍ଟିରେ ରଖି ଏହି ଭିଏଲଟିଡ଼ି ଡିଭାଇସ୍ ସଂଯୋଗ କରିବାକୁ STA ନିର୍ଦ୍ଦେଶ ଦେଇଛି ।












Click it and Unblock the Notifications