ସମ୍ଭାବ୍ୟ ବାତ୍ୟା ନେଇ SRCଙ୍କ ସୂଚନା, ଆସନ୍ତା 26 ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା 'ୟଶ'

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଏନଡିଆରଏଫ, ଓଡ୍ରାଫ, ପାଣିପାଗ ବିଭାଗ ସହ ଏସଆରସିଙ୍କ ବୈଠକ ଶେଷ । ବୈଠକ ପରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଓ ସାମୁଦ୍ରିକ ଝଡ ସୃଷ୍ଟି ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଏନଡିଆରଏଫ, ଓଡ୍ରାଫ, ପାଣିପାଗ ବିଭାଗ ସହ ଏସଆରସିଙ୍କ ବୈଠକ ଶେଷ । ବୈଠକ ପରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଓ ସାମୁଦ୍ରିକ ଝଡ ସୃଷ୍ଟି ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।

Cyclone Yash

ଆସନ୍ତା 22 ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ଅର୍ଥାତ ମେ 25 ତାରିଖକୁ ସାମୁଦ୍ରିକ ଝଡର ରୂପ ନେଇପାରେ । ଶେଷରେ ମେ 26 ସନ୍ଧ୍ୟାରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

Cyclone Yash

ସେହିପରି ସମୁଦ୍ର ମଧ୍ୟକୁ ନଜିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ଏଥି ସହ ଏନଡିଆରଏଫ, ଓଡ୍ରାଫ, ପୋଲିସ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଅନ୍ୟପଟେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବାତ୍ୟା ୟଶ କେଉଁଠି ଏହା ଉପକୂଳ ଛୁଇଁବ, ଏବେଠୁ କହିବା ସମ୍ଭବ ନୁହେଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯାଇପାରିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି। ସେ କହିଛନ୍ତି, ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+