ଚିନ୍ତା ବଢ଼ାଇଲା ତେଲ୍, ସବୁ ପାଣି ମିଶିଗଲେ ଆସିବ ପ୍ରବଳ ବନ୍ୟା: ଏସଆରସି
ପଡୋଶୀ ରାଜ୍ୟ ଛତିଶଗଡ଼ରେ ପ୍ରବଳ ବର୍ଷା ସହ ଚିନ୍ତା ବଢ଼ାଇଲା ତେଲ୍ ନଦୀ ପାଣି । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ୍ ନଦୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି ।
ଭୁବନେଶ୍ୱର: ପଡୋଶୀ ରାଜ୍ୟ ଛତିଶଗଡ଼ରେ ପ୍ରବଳ ବର୍ଷା ସହ ଚିନ୍ତା ବଢ଼ାଇଲା ତେଲ୍ ନଦୀ ପାଣି । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ୍ ନଦୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ଗତକାଲି ତେଲ୍ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିଲା । ମାତ୍ର
ଆଜି ତାହା ବଢ଼ି ସାଢ଼େ ୫ ଲକ୍ଷ କ୍ୟୁସେକ୍ ହେଲାଣି । ତେଣୁ ସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ଆସିପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ।

ସେ ଆହୁରି କହିଛନ୍ତି, ପ୍ରବଳ ବନ୍ୟା ଏଡ଼ାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ କରୁଛୁ। ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ୮ଟି ଗେଟ୍ ବନ୍ଦ କରି ସ୍ଥିତିକୁ ଦେଖିବୁ। ୮ଟି ଗେଟ୍ ବନ୍ଦ କରିଦେଲେ ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍ ଜଳ କମିଯିବ। ମୁଣ୍ଡଳିରେ ୧୦.୫/୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ନହେଲେ ୧୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏବେ ମୁଣ୍ଡଳିରେ ୯.୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆସନ୍ତକାଲି ସଂଧ୍ୟା ବେଳକୁ ମୁଣ୍ଡଳିକୁ ୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିପାରେ ବୋଲି ଏସ୍ଆରସି କହିଛନ୍ତି।
ବନ୍ୟା ଯୋଗୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବ। କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ। ସେହିପରି ନୟାଗଡ଼ର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବ। ସୋନପୁର ଜିଲ୍ଲାର ବୀରମହାରାଜପୁର ଉପରେ ପ୍ରଭାବ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।












Click it and Unblock the Notifications