Get Updates
Get notified of breaking news, exclusive insights, and must-see stories!

କାଳବୈଶାଖୀ ତାଣ୍ଡବ: ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ବର୍ଷା ପବନ ଦେଖିବାକୁ ମିଳିଛି । ବିଶେଷ କରି କଟକ, ଭୁବନେଶ୍ୱର ଓ ଢେଙ୍କାନାଳରେ ଘଡଘଡି ବର୍ଷା ହୋଇଥିବା ସୂଚନା ରହିଛି । ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି ।

ଯାହା ଫଳରେ କିଛି ସ୍ଥାନରେ ଚାଳ, ଛପର ଉଡାଇ ନେଇଛି । ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଥିବା ସୂଚନା ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାପବନ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଏସଆରସି ସୂଚନା ଦେଇଛନ୍ତି ।

Odisha SRC

ଏଥି ସହିତ ଯେଉଁ ସ୍ଥାନରେ ବିଜୁଳି ସଂଯୋଗ କଟିଯାଇଛି ତୁରନ୍ତ ଠିକ କରିବାକୁ ଡିସକମକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଗଛ ପଡି ଯେଉଁଠାରେ ରାସ୍ତା ଅବରୋଧ ହୋଇଛି ସେଠାକୁ ତୁରନ୍ତ ସଫା କରିବାକୁ ସେ ଅଗ୍ନିଶମ ବାହିନୀକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ କ୍ଷୟକ୍ଷତି ହୋଇଛି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡା ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+