ଫରେନ୍ସିକ ଲ୍ୟାବ ଗଲା ସନ୍ଦିଗ୍ଧ ପାରା, ଗୋଡ଼ରେ ବନ୍ଧା ହୋଇଥିବା ସ୍ପାଏ କ୍ୟାମେରାର ହେବ ଯାଞ୍ଚ

ଗତକାଲି ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରାକୁ ଆଜି ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ପଠାଯାଇଛି । କଟକର ଏକ ସ୍ବତନ୍ତ୍ର ଟିମ୍ ଏହି ପାରକୁ ଫରେନ୍ସିକ ଲ୍ୟାବକୁ ଆଣିଛନ୍ତି ।

Spy Pigeon

ଭୁବନେଶ୍ୱର: ଗତକାଲି ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରାକୁ ଆଜି ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ପଠାଯାଇଛି । କଟକର ଏକ ସ୍ବତନ୍ତ୍ର ଟିମ୍ ଏହି ପାରକୁ ଫରେନ୍ସିକ ଲ୍ୟାବକୁ ଆଣିଛନ୍ତି । ସେଠାରେ ପାରା ଗୋଡ଼ରେ ବନ୍ଧା ହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ପରୀକ୍ଷା କରାଯିବ । ଯନ୍ତ୍ରାଂଶ ଖୋଲି ରଖାଯିବା ପରେ ପାରାକୁ ନେଇଆସିବ କଟକ ଟିମ୍ ।

ପାରାକୁ ପ୍ରଥମେ ଡଗ୍ ଆଣ୍ଡ ପିଜନ ସ୍କ୍ୱାଡକୁ ହସ୍ତାନ୍ତର କରାଯିବା ସହ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାଯିବ। ପାରାର ଡେଣାରେ ଲାଗିଥିବା ଅକ୍ଷରର ଯାଞ୍ଚ୍ କରାଯିବ ଏବଂ ଫରେନ୍ସିକ ଲ୍ୟାବରେ ସ୍ପାଏ କ୍ୟାମେରା ଓ ଚିପ୍କୁ ଅନୁଧ୍ୟାନ କରାଯିବ । ଏହାସହ ପାରା କେଉଁ ସ୍ଥାନ ଦେଇ ଉଡିଛି ଏବଂ କ୍ୟାମେରା ଚିପରେ କ'ଣ ରହିଛି ସେନେଇ ଯାଞ୍ଚ କରାଯିବ।

ସୂଚନାଥାଉ କି, ଗତକାଲି (ବୁଧବାର) ସମୁଦ୍ର ଭିତରୁ ସନ୍ଦେହ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା । କୋଣାର୍କ ଉପକୂଳର ୪୦ କିଲୋମିଟର ସମୁଦ୍ରରେ ଏକ ମାଛଧରା ବୋଟ୍‌ ଉପରେ ହଠାତ୍‌ ଆସି ବସିଥିଲା । ସନ୍ଦେହଜନକ ଅବସ୍ଥାରେ ପାରାକୁ ଧରିଥିଲେ ମତ୍ସ୍ୟଜୀବୀ । ଦୁଇ ଡେଣାରେ ନାଲି ଓ ସବୁଜ ରଙ୍ଗରେ ବିଦେଶୀ ଭାଷାରେ ଲେଖାଯାଇଛି। ମେରାଇନ ଥାନା ପୋଲିସ ହେପାଜତରେ ଫୋରେନସିକ ଲ୍ୟାବକୁ ସନ୍ଦିଗ୍ଧ ପାରାକୁ ଅଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+