ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳିତ
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି ।
ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ରାମକୃଷ୍ଣ ମିଶନର ସମ୍ପାଦକ ସ୍ୱାମୀ ଆତ୍ମା ପ୍ରଭାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିବେକାନନ୍ଦଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ନିଜର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଭାରତୀୟ ଦର୍ଶନ ଏବଂ ବିଶ୍ୱ ଭ୍ରାତୃତ୍ୱକୁ ସମଗ୍ର ବଶ୍ୱରେ ପ୍ରସାରିତ କରିବାରେ ସ୍ୱାମୀ ବିବେକାନନ୍ଦ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହାର ତୁଳନା ନାହିଁ । ତାଙ୍କ ପ୍ରଦର୍ଶିତ ମାର୍ଗ ଓ ବାଣୀ ଆଜି ବି ସମଗ୍ର ବିଶ୍ୱ ପାଇଁ ଆଦର୍ଶ ହୋଇ ରହି ଆସିଛି । ନିଜ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ନିଷ୍ଠା ଓ ଅଧ୍ୟବସାୟ ବଳରେ ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବାକୁ ସେ ଯୁବପିଢିଙ୍କୁ ଯେଉଁ ବାର୍ତ୍ତା ପ୍ରଦାନ କରିଯାଇଛନ୍ତି ତାହା ସମସ୍ତେ ପାଳନ କରିବା ଉଚିତ । ଏଥିସହିତ ଆମେ ସମସ୍ତେ ଭାରତୀୟ ଭାବେ ଗର୍ବିତ ହେବା ସହ ଆଜିର ଯୁବପିଢ଼ି ସ୍ୱାମୀ ବିବେକାନନ୍ଦଙ୍କ ବାଣୀକୁ ନିଜ ଜୀବନରେ ସାମିଲ କରନ୍ତୁ ବୋଲି ମୁଖ୍ୟଅତିଥି ସ୍ୱାମୀ ଆତ୍ମା ପ୍ରଭାନନ୍ଦ ମହାରାଜ ତାଙ୍କ ବକ୍ତବ୍ୟରେ କହିଥିଲେ ।
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ ଏବଂ ଶୈଳେନ୍ଦ୍ର କୁମାର ଜେନା ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି କେବଳ ସ୍ୱଳ୍ପ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମକୁ ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲ ।












Click it and Unblock the Notifications