ଫାଇନରୁ ବର୍ତ୍ତିବା ପାଇଁ ନୂଆ ପନ୍ଥା ! ଆପଣ ଏମିତି କରୁଛନ୍ତି କି ? ସାବାଧାନ...

ଭୁବନେଶ୍ୱର: ଫାଇନରୁ ବର୍ତ୍ତିବା ପାଇଁ ନୂଆ ପନ୍ଥା । ସିସିଟିଭିରେ ରେକର୍ଡ ନ ହେବା ପାଇଁ ନମ୍ବର ପ୍ଲେଟକୁ କରୁଛନ୍ତି ସ୍କ୍ରାଚ । ଅଧିକାଂଶ ଗାଡ଼ି ଚାଳକ ନମ୍ବର ପ୍ଲେଟଗୁଡିକୁ ଭାଙ୍ଗି ଦେଉଥିବା ଅଭିଯୋଗ ହେଉଛି ।

ତେବେ ଆପଣ ଏମିତି କିଛି କରୁଛନ୍ତି କି ? ଗାଡି ନମ୍ବର ଲୁଚାଇ ବୁଲୁଛନ୍ତି କି ? ଆପଣଣଙ୍କ ନମ୍ବର ଠିକ୍ ଭାବେ ଦେଖାଯାଉ ନାହିଁ କି ? ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ ।

Vehicle Number Plate

କାରଣ ଏଭଳି ଗାଡି ଚାଳକଙ୍କ ଧରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ସହରରେ ପ୍ରମୁଖ ଛକ ଗୁଡିକରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ନମ୍ବର ପ୍ଲେଟ ବିକୃତ କରୁଥିବା ବ୍ୟକ୍ତିମାନଙ୍କୁଠୁ ଖାଲି ଜରିମାନା ନୁହେଁ, ବରଂ ଆବଶ୍ୟକ ପଡିଲେ ସେମାନଙ୍କ ଗାଡି ଜବତ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଏସିପି ସ୍ୱସ୍ତିକ୍ ପଣ୍ଡା । ତେବେ ଯଦି କୌଣସି ଛକରେ ଟ୍ରାଫିକ ସମସ୍ୟା ଉପୁଜୁଛି । ତେବେ ସୋସିଆଲ ମିଡିଆ ମାଧ୍ୟମରେ ଟ୍ରାଫିକ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଟ୍ରାଫିକ୍ ଏସିପି ।

ତେବେ କିଏ ନମ୍ବର ପ୍ଲେଟରେ କାଳି ବୋଳି ଦେଉଛି ତ କିଏ ନମ୍ବର ଗୋଟିଏ, ଦୁଇଟି ସଂଖ୍ୟା ଲିଭାଇ ଦେଉଛି । କିଛି ଅପରାଧୀ ନମ୍ବର ପ୍ଲେଟର ଅଧା ଭାଙ୍ଗି ଦେଉଛନ୍ତି । କିଛି ଅମାନିଆ ଯୁବଗୋଷ୍ଠୀ ବିନା ହେଲମେଟ୍‌‌ରେ ସହରରେ ପଇଁତରା ମାରୁଛନ୍ତି । ଗାଡ଼ି ନମ୍ୱର ଲୁଚାଇ ବିନା ହେଲ୍‌‌ମେଣ୍ଟରେ ହିରୋଗିରି ଦେଖାଉଛନ୍ତି। ଆଉ କ୍ୟାମେରା ଲେନ୍ସରୁ ମୁକୁଳିବା ପାଇଁ ମାଷ୍ଟରପ୍ଲାନ ହୋଇଛି । ତେବେ ଏଭଳି ଗାଡି ଚାଳକଙ୍କ ଧରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+