ନିର୍ମାଣ ଶ୍ରମିକଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା: ୧୪ ଲକ୍ଷ ଶ୍ରମିକଙ୍କୁ ମିଳି ସାରିଲାଣି ୧୫୦୦ ଲେଖାଏଁ
ରାଜ୍ୟର ୨୫ ଲକ୍ଷ ୭୩ ହଜାର ୫୬୮ ପଂଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ କରୋନା ଦ୍ୱିତୀୟ ଲହରୀ ଦୃଷ୍ଟିରୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ୍ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।
ଭୁବନେଶ୍ୱର: ରାଜ୍ୟର ୨୫ ଲକ୍ଷ ୭୩ ହଜାର ୫୬୮ ପଂଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ କରୋନା ଦ୍ୱିତୀୟ ଲହରୀ ଦୃଷ୍ଟିରୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ୍ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏଯାବତ୍ ୧୪ ଲକ୍ଷ ୧୬ ହଜାର ୫୮୪ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

ଏ ବାବଦକୁ ସେମାନଙ୍କର ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ମୋଟ ୨୧୨.୪୯ କୋଟି ଟଙ୍କା ଦିଆଯାଇଛି । ସକି୍ରୟ ପଂଜୀକୃତ ନିର୍ମାଣ ଶ୍ରମିକମାନେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ୱେବ୍ସାଇଟ୍ http://labour.odisha.gov.in ଯାଇ ସ୍ୱୟଂ ପରୀକ୍ଷଣ ଲିଙ୍କ୍ରେ ସେମାନଙ୍କର ଦେୟ ସ୍ଥିତି ଯାଞ୍ଚ କରିପାରିବେ । ଦେୟ ପ୍ରଦାନ ହୋଇନଥିଲେ ସେମାନେ ଏଠାରେ ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ
ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରି ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।
ଏହି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ହିତାଧିକାରୀମାନେ ସଂଯୋଗ ହେଲପ୍ଲାଇନ୍ ନମ୍ବର ୧୫୫୩୩୫ରେ ଯୋଗାଯୋଗ କରିବାକୁ ରାଜ୍ୟ ଶ୍ରମ କମିଶନରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଆଧାର ସହ ବ୍ୟାଙ୍କ ଖାତା ସଂଯୋଗ ହୋଇନଥିଲେ, ସକି୍ରୟ ପଂଜୀକୃତ ନିର୍ମାଣ ଶ୍ରମିକମାନେ ଯଥାଶୀଘ୍ର ବ୍ୟାଙ୍କ ଯାଇ ନିଜ ଆଧାର ସହ ବ୍ୟାଙ୍କ୍ ଖାତାକୁ ଯୋଡ଼ି ଏହାକୁ ଡିବିଟି ସକ୍ଷମ କରାଇବା ଆବଶ୍ୟକ, ଯାହାକି ତାଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ୱତନ୍ତ୍ର କୋଭିଡ୍ ସହାୟତା ରାଶି ତୁରନ୍ତ ପଠାଇବାରେ ଖୁବ୍ ସହାୟକ ହେବ ବୋଲି ରାଜ୍ୟ ଶ୍ରମ କ ମିଶନର ଙ୍କ ସୂତ୍ରରୁ ପ୍ରକାଶ ।












Click it and Unblock the Notifications