For Quick Alerts
Turn On Notification  
For Daily Alerts
Oneindia App Download

ସ୍ମାର୍ଟିସିଟିର ହାଇଟେକ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ! ମିଳିଲାନି ଆମ୍ବୁଲାନ୍ସ: ମା’ର ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ

ଓଃ କି ବ୍ୟବସ୍ଥା । ଦିନେ କନ୍ଦମାଳରେ ଦାନ ମାଝୀ କାନ୍ଧେଇ ଥିଲା ପତ୍ନୀର ଶବ । ହେଲେ ଆଜି ରାଜଧାନୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

|

ଭୁବନେଶ୍ୱର: ଓଃ କି ବ୍ୟବସ୍ଥା । ଦିନେ କନ୍ଦମାଳରେ ଦାନ ମାଝୀ କାନ୍ଧେଇ ଥିଲା ପତ୍ନୀର ଶବ । ହେଲେ ଆଜି ରାଜଧାନୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସେ ସମୟ ଥିଲା, ଆଉ ଜାଗା ଥିଲା ବି କନ୍ଧମାଳ । ହେଲେ ଏବେ ସ୍ମାର୍ଟ ଯୁଗକୁ ଆମ ସିଟି ପୁଣି ସାରା ଦେଶରେ ସ୍ମାର୍ଟ । ମାତ୍ର ଏଠିକାର ସ୍ବାସ୍ଥ୍ୟ ବ୍ଯବସ୍ଥା ସତରେ କେତେ ଅନ୍ ସ୍ମାର୍ଟ, ତାହା ଆପଣ ଏହି ଚିତ୍ର ଦେଖି ଅନୁମାନ ଲଗାଇ ପାରୁଥିବେ ।

Bhubaneswar

ମାଙ୍କ ମୃତଦେହ ନେବା ପାଇଁ ମିଳିନାଲି ମହାପ୍ରୟାଣ ଗାଡି । ଏପିରିକି ବେସରକାରୀ ଆମ୍ବୁଲାନ୍ସରେ ବି ନେବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାଧ୍ୟରେ ମାକୁ ଷ୍ଟ୍ରେଟରରେ ଭିଡି ଭିଡି ନେଲେ ପୁଅ । ରାଜଧାନୀ ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପୁଅ ମାନସ ରଞ୍ଜନ ତାଙ୍କ ମା'ଙ୍କୁ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ମାଙ୍କ ଜୀବନ ଯାଇଥିବା ପୁଅ ଅଭିଯୋଗ କରିଛନ୍ତି । ମାନସ ରଞ୍ଜନଙ୍କ ଅଭିଯୋଗ ପରେ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

ତେବେ ମାଙ୍କ ମୃତ୍ୟୁ ପରେ ତାଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି । ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କୁ ବେସରକାରୀ ଆମ୍ବୁଲାନ୍ସ ନେବା ପାଇଁ କହିଥିଲେ । କିନ୍ତୁ ଟଙ୍କା ଅଭାବରୁ ସେଥିରେ ନେବାପାଇଁ ପୁଅ ସକ୍ଷମ ନଥିଲେ । ଏଣୁ କାନ୍ଦି କାନ୍ଦି ତାଙ୍କ ମାଙ୍କ ଶବକୁ ପୁଅ ଷ୍ଟ୍ରେଚରରେ ଟାଣି ଟାଣି ନେଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଖୋର୍ଦ୍ଧା ଡଙ୍ଗରପଡା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ସେ ତାଙ୍କ ମା ଙ୍କୁ ଭିଡ଼ି ଭିଡ଼ି ନେବା ପାଇଁ ବାହାରିଥିଲେ । ହେଲେ ଅଧାବାଟରେ କିଛି ସଂଗଠନ ପକ୍ଷରୁ ତାଙ୍କୁ ସହଯୋଗର ହାତ ବଢାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Son Carries Mother Dead Body by Stretcher at Bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X