ବେତାଜ ବାଦଶାହ ଅକ୍ଷୟ ମହାନ୍ତି ବିୟୋଗ ଦିନ ଚାଲିଗଲେ ଭଏଜ୍ ଅଫ୍ ଓଡ଼ିଶା ହ୍ୟୁମାନ ସାଗର

ସେଦିନ ଥିଲା ୧୭ ନଭେମ୍ବର ୨୦୦୨ । ଆଉ କାଲି ଥିଲା ୧୭ ନଭେମ୍ବର ୨୦୨୫ । ପୁଣି ସଙ୍ଗୀତ ପ୍ରେମୀଙ୍କ ଆଖିରେ ଲୁହ । ସେହି ଦିନ ଆଖିବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି ଆଉ ଆଜି ଭଏଜ୍ ଅଫ୍ ଓଡ଼ିଶା ହ୍ୟୁମାନ ସାଗର।

ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି ତାଙ୍କ ଜୀବଦ୍ଦଶାରେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ୬୦ରୁ ଅଧିକ ଓଡ଼ିଆ ଛବରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ। ଖାଲି ସେତିକି ନୁହେଁ, ସେ ଅନେକ କମର୍ସିଆଲ୍ ରେକର୍ଡରେ ବି ସ୍ବର ସଯୋଜନା କରିଥଲେ।

Odisha singer Human Sagar

ଗତକାଲି ଥିଲା ୧୭ ନଭେମ୍ବର ୨୦୨୫। ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ। ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ। ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର। ଅକ୍ଷୟ ମହାନ୍ତି ଜୀବନର ଅପରାହ୍ଣରେ ଥିଲେ। ହେଲେ କମ୍ ବୟସରେ ହ୍ୟୁମାନ ଆମକୁ ଛାଡ଼ିଗଲେ। ଦୁହିଁଙ୍କ ମଧ୍ୟରେ କେବଳ ଏଇ କଥା ସମାନ ଥିଲା। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ସହ ସମକକ୍ଷ ହେବାର ଯୋଗ୍ୟତା ନଥିଲା ହ୍ୟୁମାନଙ୍କର।

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଘଟିଛି। ହ୍ୟୁମାନ ସାଗର ଭେଣ୍ଟିଲେଟରରେ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଥିଲା। ତାଙ୍କୁ ୭୨ ଘଣ୍ଟା ଅବଜରଭେସନରେ ରଖାଯାଇଥିଲା।

ଗତକାଲି ରାତିରେ ଭୁବନେଶ୍ୱରରେ ଦେହାନ୍ତ ହୋଇଥିବା ବେଳେ ପରେ ତାଙ୍କୁ କଟକ ବାସଭବନକୁ ନିଆଯାଇଥିଲା । ଅଭିନେତା ଅନୁଭବ ମହାନ୍ତି ସମେତ କଳାକାର ରାତିରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଛନ୍ତି । ସେପଟେ ହ୍ୟୁମାନଙ୍କ ପୈତୃକ ଘର ଟିଟଲାଗଡ଼ ହୋଇଥିବା ବେଳେ ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+