ପୁଣି ଶିମିଳିପାଳରେ ଜଙ୍ଗଲରେ ଲାଗିଛି ନିଆଁ
ପୁଣି ଜଳୁଛି ଶିମିଳିପାଳ ଜଙ୍ଗଲ । ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଥିବା ସୂଚନା ମିଳିଛି
ମୟୂରଭଞ୍ଜ: ପୁଣି ଜଳୁଛି ଶିମିଳିପାଳ ଜଙ୍ଗଲ । ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଶିମିଳିପାଳ ଅଭୟାରଣ୍ୟର ନଅଣା ରେଞ୍ଜର ପଣ୍ଡାବନ୍ଧା ଓ ଚମ୍ପାପୁଲିଆର ବହୁ ଜାଗାରେ ନିଆଁ ଲାଗିଛି।

ସେହିପରି ବରେଇପାଣି, ଚୋହଲା, ଗୁରୁଗୁଡ଼ିଆ ଏବଂ କେନ୍ଦୁମୁଣ୍ଡି ରେଞ୍ଜର ବହୁ ଜାଗାରେ ନିଆଁ ଲାଗିଛି। ଗତ କିଛି ଦିନ ହବ ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ବନବିଭାଗର ୧ହଜାରରୁ ଅଧିକ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ମୁତୟନ ଥିଲେ ବି ନିଆଁ ଆୟତ୍ତ ହୋଇପାରିନି। ଗୋଟିଏ ଜାଗାରେ ନିଆଁ ଲିଭିଲେ ଆଉ ଗୋଟେ ଜାଗାରେ ନିଆଁ ଲାଗୁଛି ବୋଲି ସୂଚନା ମିଳିଛି।












Click it and Unblock the Notifications