ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ସପିଂ ମଲ୍ ଗଣିଲା ୨୫ ହଜାର ଟଙ୍କାର ଜରିମାନା

ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କା ଜରମାନ ଗଣିଛି ଏକ ସପିଂ ମଲ । କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଏକ ସପିଂ ମଲ୍‌, ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ଵାରା ଦଣ୍ଡିତ ହୋଇଛି ।

କଟକ: ଏଣିକି ସାବଧାନ ସପିଂ ମଲ୍ ମାଲିକମାନେ । କ୍ୟାରି ବ୍ୟାଗ ପାଇଁ ଏକ୍ସଷ୍ଟ୍ରା ଚାର୍ଜ କରୁଥିଲେ, ଗଣବି ତଣ୍ଡ । ଆଜି ଯାହାର ଜ୍ୱଳନ୍ତ ଉଦାହରଣ ସ୍ଥାନୀୟ ଦୋଳମୁଣ୍ଡାଇ ଠାରେ ଦେଖିବାକୁ ମିଳିଛି । ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କା ଜରମାନ ଗଣିଛି ଏକ ସପିଂ ମଲ । କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ଏକ ସପିଂ ମଲ୍‌, ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ଵାରା ଦଣ୍ଡିତ ହୋଇଛି ।ଆବେଦନକାରୀ ତଥା ଉକ୍ତ ଗ୍ରାହକଙ୍କୁ ମାନସିକ ନିର୍ଯାତନା ପାଇଁ ଏହି କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ହୋଇଛି । ଏଥିପାଇଁ ସମ୍ପୃକ୍ତ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଜରିମାନା ଭରିବ ସପିଂ ମଲ ।

Shopping Mall in Cuttack

ସୂଚନା ଅନୁସାରେ, କଟକ ବାଦାମବାଡି ଥାନା ଅଞ୍ଚଳରେ ଥିବା ଏକ ସପିଂ ମଲରେ ଗ୍ରାହକ ଜଣକ ସପିଂ କରିସାରିବା ପରେ ତାଙ୍କଠାରୁ କ୍ୟାରି ବ୍ୟାଗ୍ ପାଇଁ ୬ ଟଙ୍କା ନିଆ ଯାଇଥିଲା । ସପିଂ କରିବା ସମୟରେ କ୍ୟାରି ବ୍ୟାଗ୍ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇ ନଥିବା ଉକ୍ତ ଗ୍ରାହକ କହିଛନ୍ତି । ଏପରିକି ମଲରେ କେଉଁ ସ୍ଥାନରେ କ୍ୟାରି ବ୍ୟାଗ୍‌ ପାଇଁ ଟଙ୍କା ଦେବା ନେଇ ସୂଚନା ଲେଖା ଯାଇ ନଥିଲା।

ତା ପରେ ବି ତାଙ୍କଠାରୁ ଅଧିକ ଟଙ୍କା ନିଆଯାଇଥିଲା । ଏହାକୁ ବିରୋଧ କରି ସେ ଲିଗାଲ ନୋଟିସ୍ ପଠାଇଥିଲେ। ପରେ ସେ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ । ଏନେଇ ଜିଲ୍ଲା ଖାଉଟି ଅଦାଲତ ସମ୍ପୃକ୍ତ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଦେବାକୁ ସପିଂ ମଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+