ଶୀତ ପ୍ରକୋପରେ ସାରା ଓଡ଼ିଶା ଥରୁଛି: କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି

ଶୀତ ପ୍ରକୋପରେ ସାରା ଓଡ଼ିଶା ଥରୁଛି। ବିଶେଷକରି କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜ୍ୟର ୪ ସହରର ରାତି ପାରଦ ୧୦ ଡିଗ୍ରି ତଳକୁ ଖସିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ରହିଛି ୮ ଡିଗ୍ରି। ଝାରସୁଗୁଡ଼ାର ରାତି ତାପମାତ୍ରା ୯.୮ ଡିଗ୍ରି ରେକର୍ଡ ହୋଇଛି।

ସେହିଭଳି ରାଉରକେଲାରେ ୧୦ ଡିଗ୍ରି, ଅନୁଗୁଳରେ ୧୦.୨ ଡିଗ୍ରି, କୋରାପୁଟରେ ୧୦.୮ ଡିଗ୍ରି, କେନ୍ଦୁଝର ଓ ଭବାନୀପାଟଣାରେ ୧୧ ଡିଗ୍ରି, ନବରଙ୍ଗପୁରରେ ୧୧.୫ ଡିଗ୍ରି ଓ ସୁନ୍ଦରଗଡ଼ରେ ୧୧.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୧୨.୯ ଡିଗ୍ରିକୁ ଖସିଥିବା ବେଳେ କଟକର ରହିଥିଲା ୧୩.୨ ଡିଗ୍ରି। ଆହୁରି ୨୪ ଘଣ୍ଟା ରାଜ୍ୟରେ ଏହିଭଳି ଶୀତ ଲହରି ଜାରି ରହିବ ବୋଲି କୁହାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ ଜ୍ବର, ଫ୍ଲୁ ଓ ଦେହ ଖରାପ ଆଶଙ୍କା ଥିବାରୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ହାତ, ମୁଣ୍ଡ ଓ ବେକ ଘୋଡ଼ାଇ ହୋଇରହିବା ସହ ଭିଟାମିନ-ସି ଯୁକ୍ତ ଫଳ ଓ ପନିପରିବା ଅଧିକ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସନ୍ଧ୍ୟା ଓ ସକାଳେ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି।

Odisha shivers in cold wave

ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ, ଘୁ.ଉଦୟଗିରିରେ ପାରଦ ୫.୪ ଡିଗ୍ରି

ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା। ସପ୍ତାହେ ହେଲା ପାରଦ ତଳମୁହାଁ ହୋଇ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଏହାସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଜି ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୭ ଡିଗ୍ରି ଏବଂ ଫୁଲବାଣୀରେ ୮ ଡିଗ୍ରି ରହିଛି। ସେହିପରି ବେଲଘର, କୋଟଗଡ଼ ଓ ରାଇକିଆ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସନ୍ଧ୍ୟା ଆରମ୍ଭ ହେବାମା‌ତ୍ରେ ଘନକୁହୁଡ଼ି ଦେଖାଦେଉଥିବାରୁ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଦିନ ୧୧ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+