ଶୀତ ପ୍ରକୋପରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ୪ ସହର
ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା ରହିଥିବାବେଳେ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଏଠାରେ ତାପମାତ୍ରା ୭.୧ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୭.୫ ଏବଂ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି। ୧୫ ଡିଗ୍ରୀ ତଳେ ଟ୍ବିନ୍ ସିଟିର ରାତ୍ରି ତାପମାତ୍ରା ଥିବାବେଳେ କଟକରେ ୧୪.୬ ଓ ଭୁବନେଶ୍ୱରର ତାପମାତ୍ରା ୧୪.୧ ଡିଗ୍ରୀ ରହିଛି।












Click it and Unblock the Notifications