ବିତ୍ତୀୟ ପରିଚାଳନା: ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛି ଓଡିଶା, ମିଳୁଛି ପ୍ରଶଂସା

ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ନେଇ ଓଡ଼ିଶା ସାରା ଦେଶରେ ପ୍ରଶଂସିତ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସଡିପି) ତୁଳନାରେ ବିତ୍ତୀୟ ନିଅଣ୍ଟ ସୁସ୍ଥ ପୋଷଣୀୟ ସ୍ଥିତିରେ ଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ସଙ୍ଗୀନ ।

ଭୁବନେଶ୍ୱର: ଓଡ଼ିଶାକୁ ସାରା ଦେଶରେ ମିଳୁଛି ପ୍ରଶଂସା । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଉଦାହରଣ ପାଲଟିଛି । ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ନେଇ ଓଡ଼ିଶା ସାରା ଦେଶରେ ପ୍ରଶଂସିତ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସଡିପି) ତୁଳନାରେ ବିତ୍ତୀୟ ନିଅଣ୍ଟ ସୁସ୍ଥ ପୋଷଣୀୟ ସ୍ଥିତିରେ ଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ସଙ୍ଗୀନ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର 'ଷ୍ଟେଟ ଫିନାନ୍ସ-ଏ ରିସ୍କ ଆନାଲିସିସ ୨୦୨୦-୨୧' ଆର୍ଥିକ ବର୍ଷ ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି ।

Financial Management in Odisha

ମହାମାରୀ କରୋନାରେ ସାରା ବିଶ୍ଵ ଓ ଦେଶକୁ ପ୍ରଭାବିତ ହୋଇଥିବାବେଳେ ଓଡ଼ିଶାର ସୁସ୍ଥ ଆର୍ଥିକ ନୀତି ଓ ବିତ୍ତୀୟ ପରିଚାଳନା ରାଜ୍ୟର ଅର୍ଥନୀତିରେ ଅସ୍ଥିରତାକୁ ରୋକି ପାରିଛି। ବିତ୍ତୀୟ ନିଅଣ୍ଟ ହାର ହ୍ରାସ କରିବାରେ ଓଡ଼ିଶା କ୍ରମାଗତ ଭାବରେ ସଫଳତା ହାସଲ କରିପାରିଛି ।

ଗତ ୩ ବର୍ଷ ମଧ୍ୟରେ ଏହି ହାର ୧୪% ହ୍ରାସ ପାଇଛି । ଏହା ୧୮୬%ରେ ପହଞ୍ଚିଛି। ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ,ପଞ୍ଜାବ, ବିହାର, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ତାମିଲନାଡ଼ୁ, ତେଲଙ୍ଗାନା ଏବଂ ଛତିଶଗଡ଼ ଆଦି ରାଜ୍ୟଗୁଡ଼ିକର ସ୍ଥିତି ଓଡ଼ିଶାଠାରୁମାତ୍ରାଧିକ ଖରାପ ।

କେନ୍ଦ୍ର ପକ୍ଷରୁ ରାଜସ୍ବ ନିଅଣ୍ଟ ବାବଦରେ ବିଭିନ୍ନ ରାଜ୍ୟକୁ ସହାୟତା ପ୍ରଦାନ କରାଯାଇ ଥାଏ । ମାତ୍ର ଓଡ଼ିଶାକୁ ରାଜସ୍ଵ ବଳକା ରାଜ୍ୟ ପର୍ଯ୍ୟାୟଭୁକ୍ତ କରି କେନ୍ଦ୍ର ସରକାର ୨୦୨୧-୨୬ ବର୍ଷ ପାଇଁ ସହାୟତା ଦେଇ ନାହାନ୍ତି । ପଞ୍ଚଦଶ ଅର୍ଥ କମିଶନଙ୍କ ରିପୋର୍ଟରେ ଆର୍ଥିକ ସମୃଦ୍ଧ ଓ ରାଜସ୍ବ ବଳକା ରାଜ୍ୟ ଭାବରେ ଓଡ଼ିଶା ମାନ୍ୟତା ପାଇଛି ।

 Financial Management

ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ସିଙ୍ଗଲ୍ ନୋଡାଲ ଏଜେନ୍ସି ସିଷ୍ଟମକୁ ନିରୀକ୍ଷଣକୁ କେନ୍ଦ୍ର ପକ୍ଷରୁ ପ୍ରଶଂସା କରାଯାଇଛି । ସେହିପରି ସାଧାରଣ ଅର୍ଥ ପରିଚାଳନା ବ୍ୟବସ୍ଥା ରେ କରାଯାଇଥିବା ନିରୀକ୍ଷଣକୁ ପ୍ରଶଂସା କରାଯାଇଛି । ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ୟୁପି, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ହରିୟାଣା ଆଦି ରାଜ୍ୟ କେନ୍ଦ୍ରୀୟ ଅନୁଦାନ ଉପରେ ବହୁ ପରିମାଣରେ ନିର୍ଭରଶୀଳ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+