Get Updates
Get notified of breaking news, exclusive insights, and must-see stories!

ଆଜି ଆସିବ ସେପ୍ଟେମ୍ୱର ଗାଇଡଲାଇନ

ସେପ୍ଟେମ୍ୱର ଗାଇଡଲାଇନରେ କଣ ? ରହିବ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟିବ କି ? ପାର୍ବଣ ପାଇଁ ଅଧିକ କଟକଣା ଲାଗିବ କି ?

ଭୁବନେଶ୍ୱର: ରାଜ୍ୟରେ ତଳ ମୁହାଁ ଏବେ କରୋନା ଗ୍ରାଫ । ଆଗାକୁ ଆସୁଛି ପାର୍ବଣ ଋତୁ । ଆଉ ମୁଣ୍ଡ ଉପରେ ଝୁଲୁଛି କରୋନା ତୃତୀୟ ଲହରର ଭୟ । ଏପଟେ ରାଜ୍ୟରେ ଧିରେ ଧିରେ ବଢିବାରେ ବି ଲାଗିଛି ଶିଶୁ ସଂକ୍ରମଣ । ତେଣୁ ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆଜି ସେପ୍ଟେମ୍ୱର ଗାଇଡଲାଇନ ଆଣିବେ ରାଜ୍ୟ ସରକାର ।

ସେପ୍ଟେମ୍ୱର ଗାଇଡଲାଇନରେ କଣ ? ରହିବ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟିବ କି ? ପାର୍ବଣ ପାଇଁ ଅଧିକ କଟକଣା ଲାଗିବ କି ?

September Guideline

ଏମିତି କେତେ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଖେଳୁଛି । ତେବେ ଆଜି ଅପରାହ୍ନ ଦୁଇଟାରେ ପ୍ରସ କନଫରେନ୍ସ ମାଧ୍ୟମରେ ସେପ୍ଟେମ୍ୱର ଗାଇଡଲାଇନ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମ୍ଭାବ୍ୟ ତୃତୀୟ ଲହରକୁ ଦେଇ ସଂପୂର୍ଣ୍ଣ ଅନଲକ ପରିବର୍ତ୍ତେ କଟକଣାକୁ ଆଉ ଟିକେ କୋହଳ କରାଯିବା ସମ୍ଭାବନା ରହିଛି।

ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର। ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର । କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା ରହିବ, କାହାକୁ ହଟାଇବେ ସରକାର । ଏହା ହିଁ ସବୁଠୁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ତେବେ ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କିଛି ପରିବର୍ତନ ଆଣିପାରନ୍ତି ରାଜ୍ୟ ସରକାର ।

ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ନିଷ୍ପତ୍ତି ପରିବର୍ତ୍ତିନ କରି ଏହାକୁ ରାତି ୯ କିମ୍ବା ୧୦ ବଢାଯାଇପାରେ। ତେବେ ଧାର୍ମିକ, ରାଜନୈତିକ ଓ ସାମଜିକ ସମାବେଶ ଉପରେ ପୂର୍ବଭଳି କଟକଣା ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମହୋତ୍ସବ ଆୟୋଜନ ହୋଇପାରିବ ନାହିଁ। ତେବେ ବିବାହରେ ୨୫, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୦ ଲୋକ ନିୟମରେ ପରିବର୍ତ୍ତନ ହୋଇପାରେ।

ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ କାଉଣ୍ଟଡାଉନ ଭିତରେ କଟକ, ଭୁବନେଶ୍ୱର ଓ ପୁରୀରୁ ସପ୍ତାହନ୍ତ ଶଟ୍‌ଡାଉନ୍‌ ଉଠାଇବା ସହ ନାଇଟ କର୍ଫୁ କୋହଳ କରିବାକୁ ଦାବି କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ମାର୍କେଟର ଯେଉଁ ସ୍ଥାନରେ ଗହଳି ହେଉଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ନଜର ରଖିବାକୁ ସଂଘ ଦାବି କରିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+