ଆଜିଠୁ ଖୋଲିଲା ସ୍କୁଲ, ଏଥର ୧୦ଟାରୁ କ୍ଲାସ୍
ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ ଆଜିଠୁ କ୍ଲାସରୁମରେ ବସି ପାଠଛନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ୱର: ସରିଛି ରଜ । ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ ଆଜିଠୁ କ୍ଲାସରୁମରେ ବସି ପାଠଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ସକାଳ ସ୍କୁଲ ବଦଳରେ ୧୦ଟାରୁ ପାଠପଢ଼ା ଆରମ୍ଭ ହୋଇଛି। ସକାଳ ୧୦ଟାରୁ ପୂର୍ବ ଭଳି କ୍ଲାସ୍ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାହେବ ।

ଗତ ୬ ତାରିଖରୁ ରାଜ୍ୟରେ ଘୋଷଣା ହୋଇଥିଲା ଖରାଛୁଟି । ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଯାଇଥିଲା । ପାଠପଢ଼ାକୁ ଦୃଷ୍ଟିରେ ରଖି ମାତ୍ର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଥିଲା ।
ତେବେ ସକାଳ ୧୦ଟାରୁ ସ୍କୁଲ ସମୟ ଆରମ୍ଭ ହେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ । ସ୍ୱାଭାବିକ କ୍ଲାସ୍ ଚାଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ୨୦୨୩ ମାର୍ଚ୍ଚ ସୁଦ୍ଧା ସାରିବାବା ଯୋଜନା ପ୍ରସ୍ତୁତ ହୋଇଛି।












Click it and Unblock the Notifications