ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ; ପରିପାଟୀଠୁ ଆରମ୍ଭ କରି ରଙ୍ଗର ହେବ ପରିବର୍ତ୍ତନ

ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ । ପରିପାଟୀଠୁ ଆରମ୍ଭ କରି ରଙ୍ଗର ହେବ ପରିବର୍ତ୍ତନ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକରେ ହେବ ପରିବର୍ତ୍ତନ।ଚଳିତ ଶିକ୍ଷାବର୍ଷରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ବର୍ଷରୁ ଛାତ୍ରୀଙ୍କ ପୋଷାକ ପରିପାଟୀରେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ ପ୍ରଦାନ କରାଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ କମିଜ, ସାଲୱାର ଓବଂ ଓଢଣୀ ଦିଆଯିବ । ତେବେ ରଙ୍ଗ କଣ ହେବ ସେପରି କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ସ୍କୁଲ ୟୁନିଫର୍ମ ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହେବ ।

ଉଲ୍ଲେଖଯୋଗ୍ୟ, ଗତ ମେ ୨୦ ତାରିଖରେ ଓସେପା ପକ୍ଷରୁ ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ନେଇ ଚିଠି କରାଯାଇଥିଲା । ଉଲ୍ଲେଖ ଥିଲା ଜୁନ ୨୦ ତାରିଖ ସୁଦ୍ଧା ସମସ୍ତ ଜିନିଷ ବଣ୍ଟନ କରାଯିବ । ଏନେଇ ପ୍ରଥମେ ପାଣ୍ଠି ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ବଣ୍ଟନ କରିଥାନ୍ତେ । ମାତ୍ର ସମୟ ସୀମା ମଧ୍ୟରେ ବଣ୍ଟନ ହୋଇପାରିଲା ନାହିଁ । ତେବେ ଗତକାଲି ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ ନେଇ ଚିଠି କରାଯାଇଛି।

ସେହିପରି ଚଳିତବର୍ଷ ଜୁଲାଇ ୩୦ ସୁଦ୍ଧା ସମସ୍ତ ୟୁନିଫର୍ମ ବଣ୍ଟନ କରାଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍ (ଝାଲେରୀ ସହିତ) ପ୍ରଦାନ କରାଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥ‌ିବା ସମସ୍ତ ଛାତ୍ରୀଙ୍କୁ ଦୁଇହଳ ଲେଖାଏଁ କମିଜ, ସାଲୱାର ଏବଂ ଓଢ଼ଣୀ ଦିଆଯିବ । ତେବେ ରଙ୍ଗ କଣ ହେବ ତାକୁ ନେଇ ସେପରି କିଛି ନିଷ୍ପତ୍ତି ହୋଇନି । ଆସନ୍ତା ଶିକ୍ଷା ବର୍ଷ ପୂର୍ବରୁ ସ୍କୁଲ ୟୁନିଫର୍ମ ନେଇ ସ୍ବତନ୍ତ୍ର ଗାଇଡ୍‌ଲାଇନ୍ ଜାରି ହେବ ।
ସୂଚନାଯୋଗ୍ୟ, ପୂର୍ବ ବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କର ୟୁନିଫର୍ମ ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଗତ ମେ ୨୦ ତାରିଖରେ ଓସେପା ପକ୍ଷରୁ ମାଗଣା ଜୋତା, ମୋଜା, ଟି-ସାର୍ଟ,ଟ୍ରାକ୍ ପ୍ୟାଣ୍ଟ, ଟୋପି ଓ ପରିଚୟ ପତ୍ର ନେଇ ଚିଠି କରାଯାଇଥିଲା । ଉଲ୍ଲେଖ ଥିଲା, ଜୁନ୍ ୨୦ ତାରିଖ ସୁଦ୍ଧା ସମସ୍ତ ଜିନିଷ ବଣ୍ଟନ କରାଯିବ । ଏ ନେଇ ପ୍ରଥମେ ପାଣ୍ଠି ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ବଣ୍ଟନ କରିଥାନ୍ତେ ।

ମାତ୍ର ସମୟ ସୀମା ମଧ୍ୟରେ ବଣ୍ଟନ ହୋଇପାରିଲା ନାହିଁ । ତେବେ ଆଜି ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ ନେଇ ଚିଠି କରାଯାଇଛି । ଚଳିତବର୍ଷ କୌଣସି ପୋଷାକରେ ପରିବର୍ତ୍ତନ କରାଯିବ ନାହିଁ । ଜୁଲାଇ ୩୦ ସୁଦ୍ଧା ସମସ୍ତ ୟୁନିଫର୍ମ ବଣ୍ଟନ କରାଯିବ । ଏଥ‌ିରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥ‌ିବା ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯିବ ।

ପ୍ରତ୍ୟେକ ଛାତ୍ରୀଛାତ୍ରୀଙ୍କ ପିଛା ୫୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯିବ । ସରକାରୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ (ସମସ୍ତ ଛାତ୍ର, ଅନୁସୂଚିତ ଜାତି ଓ ଜନଜାତି ଏବଂ ବିପିଏଲ୍‌ ବର୍ଗର ଛାତ୍ର)ଙ୍କ ପାଇଁ ସମଗ୍ର ଶିକ୍ଷା ଯୋଜନାରୁ ଅର୍ଥ ଭରଣା କାରଯିବ । ସେହିପରି ସରକାରୀ ଅନୁପ୍ରାପ୍ତ ସ୍କୁଲ କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀ ଓ ସରକାରୀ ସ୍କୁଲ କ୍ଷେତ୍ରରେ ସମସ୍ତ ବର୍ଗର ଛାତ୍ରଙ୍କ ପାଇଁ ସମୁଦାୟ ୫୦୦ ଟଙ୍କା ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଅର୍ଥ ଭରଣା କରାଯିବ ।

ସ୍କୁଲ ପରିଚାଳନା କମିଟି ପୋଷାକ କିଣିବେ । ଏହାକୁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ବଣ୍ଟନ କରାଯିବ । ଡିଇଓ, ଡିପିସି, ବିଇଓ, ସିଆର୍‌ସିସି ମାନେ https: ଏହି ବଣ୍ଟନକ ତଦାରଖ କରିବେ । ପ୍ରଧାନଶିକ୍ଷକ ଗୋଟିଏ ହଳ ପୋଷାକ ନମୁନା ଭାବେ ରଖିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+