ବଦଳିଲା ହାଇସ୍କୁଲ ୟୁନିଫର୍ମ:ନବମ ଏବଂ ଦଶମ ପିଲାଙ୍କୁ ମିଳିବ ୟୁନିଫର୍ମ
ଭୁବନେଶ୍ୱର:ବଦଳିଲା ହାଇସ୍କୁଲ ୟୁନିଫର୍ମ । ଏଣିକି ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ସ୍କୁଲ ୟୁନିଫର୍ମ । ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ । 'ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା'ରେ ମିଳିବ ୟୁନିଫର୍ମ । ଏନେଇ ସମସ୍ତ ଜିଲ୍ଲାପାଳ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସରକାରଙ୍କ ଚିଠି ।
ସୂଚନା ଅନୁସାରେ, ଦୁଇ ହଳ ୟୁନିଫର୍ମ ସହ ହଳେ ଜୋତା, ୨ ହଳ ମୋଜା ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ଏବଂ ଛାତ୍ରୀଙ୍କ ପାଇଁ ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ସେହିପରି ଡ୍ରେସରେ ଏକ ଲୋଗ ମଧ୍ୟ ଲଗାଯିବ । ଯେଉଁଥିରେ 'ଆମେ ଗଢିବୁ ନୂଆ ଓଡ଼ିଶା'ବୋଲି ଲେଖା ଯିବ ।

ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ୟୁନିଫର୍ମ ପିନ୍ଧିକି ଆସିବେ ଏବଂ ଶନିବାର ଦିନ ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ । ସୂଚନଥାଉ ଯେ, ଜଣେ ଛାତ୍ରଙ୍କ ପିଛା ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications