ଅଣ୍ଡା ଚୋରି କରି ଖାଇ ଦେଲେ ଦିଦି !
ଶିକ୍ଷୟିତ୍ରୀ ଅଣ୍ଡା ଖାଇଦେବା ଓ ଚୋରି କରି ନେଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି ବିଜୟଲକ୍ଷ୍ମୀ ।
ନୟାଗଡ଼: ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ମଧ୍ୟାନ ଭୋଜନ ଯୋଜନାରେ ଦିଆଯାଉଛି ଅଣ୍ଡା । ହେଲେ ସେହି ଅଣ୍ଡାକୁ ପିଲାଙ୍କୁ ଦେବା ବଦଳରେ ଖାଉଛନ୍ତି ଶିକ୍ଷକ-ଶିକ୍ଷୟତ୍ରୀ । ଏମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ରଣପୁର ବ୍ଲକ୍ ଚମ୍ପାଗଡ ସରକାରୀ ବିଦ୍ୟାଳୟରୁ ।

ତେବେ ଜଣେ ଶିକ୍ଷୟିତ୍ରୀ ଅଣ୍ଡା ଖାଇଦେବା ଓ ଚୋରି କରି ନେଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି ବିଜୟଲକ୍ଷ୍ମୀ । ଦିଦି ଗତକାଲି ନିଜ ଟିଫିନରେ ସ୍କୁଲ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୧୨ଟି ଅଣ୍ଡା ରଖିଥିଲେ । ଛାତ୍ରଛାତ୍ରୀଙ୍କ ନଜର ପଡ଼ିବାରୁ ସେମାନେ ଏ ବିଷୟରେ ଅଭିଭାବକଙ୍କୁ ଜଣାଇଥିଲେ । ଅଭିଭାବକମାନେ ଆସି ଦିଦିଙ୍କ ବ୍ୟାଗ ତନଖି କରିବାରୁ ଅଣ୍ଡା ମିଳିଥିଲା ।
ଅଣ୍ଡା ଜବତ କରିବା ସହ ବ୍ଲକ୍ ଶିକ୍ଷାଧିକାରୀ ଓ ପୋଲିସକୁ ଖବର ଦେଇଥିଲେ ଅଭିଭାବକ । ଏଭଳି ଶକ୍ଷୟିତ୍ରୀଙ୍କୁ ତୁରନ୍ତ ସ୍କୁଲରୁ ବଦଳି କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ଶିକ୍ଷାଧିକାରୀ କହିଥିବା ପ୍ରକାଶ କରିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ।
ଛାତ୍ରଛାତ୍ରୀଙ୍କ ସହିତ ଆଗରୁ ଏମିତି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଆଗରୁ ଏମିତି ଅଭିଯୋଗ ଆସିଥିବା ବେଳେ ସେମାନେ ସ୍କୁଲର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇ ଥିଲେ ବି କିଛି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।












Click it and Unblock the Notifications