ଅସହ୍ୟ ଗରମ ଯୋଗୁଁ ବଢିପାରେ ସ୍କୁଲ ଛୁଟି ଅବଧି !
School Opening Date 2024: ରାଜ୍ୟରେ ଅସହ୍ୟ ଗରମ ଯୋଗୁଁ ଆସନ୍ତାକାଲି ସ୍କୁଲ ଖୋଲିବାର ନିଷ୍ପତ୍ତିକୁ ବଦଳାଯାଇଛି । ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ।
ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ସମ୍ବନ୍ଧିତ ସୂଚନା:
ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ…
— I & PR Department, Odisha (@IPR_Odisha) June 17, 2024
ଏନେଇ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଜାରି କରିଛି । ଯଦି ପାଗ ଭଲ ରୁହେ ତେବେ ଆସନ୍ତକାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ ହୋଇପାରେ । ତେବେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ।












Click it and Unblock the Notifications