Odisha School Holiday: କାଲିଠୁ ୩ ଦିନ ସ୍କୁଲ ଛୁଟି କଲେ ରାଜ୍ୟ ସରକାର; କେବେ ଖୋଲିବ ସ୍କୁଲ ଜାଣନ୍ତୁ

କାଲିଠୁ ୩ ଦିନ ସ୍କୁଲ ଛୁଟି । ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛି ।

କାଲିଠୁ ୨୦ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। । ତେବେ ୨୧ ତାରିଖ ରବିବାର ହେତୁ ୨୨ ତାରିଖ ସୋମବାର ସ୍କୁଲ ଖୋଲିବ ।

ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଆରାମ ପ୍ରଦାନ କରିଛନ୍ତି ସରକାର । ରବିବାର ବ୍ୟତୀତ ବିଦ୍ୟାଳୟରେ ଚାରି ଦିନ ଅତିରିକ୍ତ ଛୁଟି ପାଇବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏକ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନିର୍ବାଚନ ପାଇଁ ଦେଶରେ ମତଦାନ କେନ୍ଦ୍ର ଭାବରେ ବ୍ୟବହୃତ ହେଉଥିବା ବିଦ୍ୟାଳୟରେ ଛୁଟି ଘୋଷଣା ହୋଇସାରିଛି । କିନ୍ତୁ ବର୍ତ୍ତମାନ ସମଗ୍ର ରାଜ୍ୟର ସମସ୍ତ ଛାତ୍ର ଚାରି ଦିନର ଅତିରିକ୍ତ ଛୁଟି ପାଇବେ ।

Odisha school holiday

ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ୧୮ ତାରିଖରେ ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ମାଲକାନଗିରି, ସୋନପୁର, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ପାରଳାଖେମୁଣ୍ଡି, ଭୁବନେଶ୍ୱର, ଅନୁଗୋଳ ଓ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରହିପାରେ ।

୧୯ ତାରିଖରେ ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଝାରସୁଗୁଡ଼ା ଓ ଅନୁଗୋଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରହିପାରେ। ନୂଆପଡ଼ା, ସୋନପୁର ଓ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଏବଂ ରାୟଗଡ଼ା, ପାରଳାଖେମୁଣ୍ଡି, ସମ୍ବଲପୁର, ଭୁବନେଶ୍ୱର, ଯାଜପୁର, ସୁନ୍ଦରଗଡ଼ ଓ ରାଉରକେଲା ୪୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+