Odisha School Holiday: ଗ୍ରୀଷ୍ମ ଅବକାଶ ପାଇଁ ଆଜିଠୁ ରାଜ୍ୟର ସବୁ ସ୍କୁଲ ଛୁଟି
ଆଜିଠୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି । ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଚଳିତ ଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ଥିଲା । ତେବେ ଆଜିଠୁ ସ୍କୁଲ ଛୁଟି ।
ଚଳିତ ଅପ୍ରେଲ ୨୫ ତାରିଖ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ।

ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛି । ତେଣୁ ସାଧାରଣତଃ ମେ' ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି। ।ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଆରାମ ପ୍ରଦାନ କରିଛନ୍ତି ସରକାର ।
ପ୍ରବଳ ଖରା ହେତୁ ୩ ଦିନ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ୧୮ ରୁ ୨୦ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଥିଲା ।
ସପ୍ତାହେ ହେଲାଣି ରାଜ୍ୟରେ ପ୍ରବଳ ଖରା ହେଉଛି। ତାପମାତ୍ରା ୪୫ ଡିଗ୍ରୀ ଟପି ଗଲାଣି। ଆଜି ମଧ୍ୟ ଏଥିରୁ ନିସ୍ତାର ମିଳି ନାହିଁ। ଆଜି ସକାଳୁ ଖରାର ପ୍ରକୋପ ଅନୁଭୂତ ହେଉଛି । କାଳ ବୈଶାଖୀ ପ୍ରଭାବ ଥିଲେ ବି ତାତି କମୁନି ।












Click it and Unblock the Notifications