ଆଜିଠୁ ରାଜ୍ୟରେ ଖୋଲିଲା ସମସ୍ତ ସ୍କୁଲ, ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିଲେ ଛାତ୍ରଛାତ୍ରୀ
କରୋନାର ଦ୍ୱିତୀୟ ଲହର ଭିତରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି ସ୍କୁଲ୍ । ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ଏହି ସମୟରେ ପିଲାଙ୍କୁ ବ୍ରେକ ପାଇଁ ଛଡାଯିବ ନାହିଁ।
ଭୁବନେଶ୍ୱର: ଡିଙ୍ଗ ଡଙ୍ଗ୍ ବାଜିଲା ବେଲ, ଖୋଲିଲା ସ୍କୁଲ ଗେଟ୍ । ସ୍କୁଲ ପ୍ରାଙ୍ଗଣକୁ ଆସିଲେ ବିଦ୍ୟାର୍ଥୀ । କରୋନାର ଦ୍ୱିତୀୟ ଲହର ଭିତରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି ସ୍କୁଲ୍ । କଟକରୁ କୋରାପୁଟ୍... ରାଜଧାନୀରୁ ରାଉଲକେଲା ସବୁଠି ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକରା ।

ସ୍କୁଲ୍ ଖୋଲିବା ପୂର୍ବରୁ କ୍ୟାମ୍ପସ୍କୁ ବିଶୋଧନ କରାଯାଇଛି। ଆଇସୋଲେସନ୍ ରୁମ୍ ସହ ପିଲାଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ଓ ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇଛି । ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି । ତେବେ ବହୁ ଦିନ ପରେ ସ୍କୁଲ ଖୋଲିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରି।
ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ଏହି ସମୟରେ ପିଲାଙ୍କୁ ବ୍ରେକ ପାଇଁ ଛଡାଯିବ ନାହିଁ। କରୋନା କଟକଣା ଭିତରେ ଖୋଲିଛି ସମସ୍ତ ସ୍କୁଲ୍। କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି।
ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସରେ ସାମିଲ ହୋଇପାରିବେ। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।












Click it and Unblock the Notifications