ଖବର ବାଜିଲା, ଚେତିଲା ପ୍ରଶାସନ: ସୂର୍ଯ୍ୟ ହରିଜନଙ୍କ ଘରେ ପହଞ୍ଚି ପେନସନ ଓ ହ୍ୱିଲ୍ ଚେୟାର ଯୋଗାଇଲା
ନବରଙ୍ଗପୁର: ଖବର ବାଜିଲା, ଚେତିଲା ପ୍ରଶାସନ । ସୂର୍ଯ୍ୟ ହରିଜନଙ୍କ ଘରେ ପହଞ୍ଚି ପେନସନ ଓ ହ୍ୱିଲ୍ ଚେୟାର ଯୋଗାଇଲା ଜିଲ୍ଲା ପ୍ରଶାସନ ।
ତେବେ ନବରଙ୍ଗପୁର ଏସବିଆଇର ଚିଫ୍ ମ୍ୟାନେଜରଙ୍କ ସହ ଏକ ଟିମ୍ ସୂର୍ଯ୍ୟଙ୍କ ଘରକୁ ଆସି ପ୍ରତି ମାସରେ ତାଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି । ସେହିପରି ତୁରନ୍ତ ୬ମାସର ପେନସନ୍ ଯୋଗାଇ ଦେବା ସହ ପେନସନ୍ ୫ ଶହରୁ ୭ ଶହ ଟଙ୍କା ବୃଦ୍ଧି କରାଯାଇଛି । ଏହାସହ ଗୋଟିଏ ହ୍ୱିଲ୍ ଚେୟାର ମଧ୍ୟ ପ୍ରଶାସନ ପକ୍ଷରୁ ବୃଦ୍ଧ ମହିଳାଙ୍କୁ ଯୋଗାଇ ଦିଆଯାଇଛି । ଏପରିକି ସପ୍ତାହକ ମଧ୍ୟରେ ଆବାସ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ସୂର୍ଯ୍ୟ ହରିଜନଙ୍କ ଭିଡିଓ ଭାଇରାଲ: ସୂଚନା ଅନୁସାରେ, ଫ୍ରିଙ୍ଗର ପ୍ରିଣ୍ଟ ନ ମିଶିବାରୁ ତିନି ମାସ ଧରି ପେନସନ ପାଇ ପାରୁ ନଥିଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ବୃଦ୍ଧା ସୂର୍ଯ୍ୟ ହରିଜନ । ପେନସନ ପାଇଁ ଯାଇ ଥରେ ଗୋଡ଼ ବି ଭାଙ୍ଗି ଯାଇଥିଲା । ପରିଣତ ବୟସରେ ଭଙ୍ଗା ଗୋଡ଼ରେ ଚାଲି ଚାଲି ପେନସନ ପାଇଁ ଯାଇଥିଲେ । ଖାଲି ପାଦରେ ଏକୁଟିଆ ଗୋଟିଏ ଚୌକି ଭରସାରେ ଚାଲିଚାଲି ଯାଉଥିଲେ ପେନସନ୍ ପାଇଁ ।
#WATCH | A senior citizen, Surya Harijan walks many kilometers barefoot with the support of a broken chair to reach a bank to collect her pension in Odisha's Jharigaon
SBI manager Jharigaon branch says, "Her fingers are broken, so she is facing trouble withdrawing money. We'll… pic.twitter.com/Hf9exSd0F0
— ANI (@ANI) April 20, 2023
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦବେଗ: ତେବେ ବୃଦ୍ଧାଙ୍କର ଏକ ଭିଡିଓ ଭାଇରାଲ ହେବା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଭିଡିଓକୁ ନେଇ ଏସବିଆଇକୁ ତାଗିଦ କରିଥିଲେ ଅର୍ଥମନ୍ତ୍ରୀ । ସେ ଟ୍ୱିଟ ମାଧ୍ୟମରେ କହିଥିଲେ, ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ'ଣ ପଦକ୍ଷେପ ନିଆଯାଇଛି । ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ଟ୍ୱିଟରରେ ଏଭଳି ପ୍ରଶ୍ନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ନିର୍ମଳାଙ୍କ ଟ୍ୱିଟ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ଉତ୍ତର ଦେଇଥିଲେ ।
Can see the manager of the @TheOfficialSBI responding but yet wish @DFS_India and @TheOfficialSBI take cognisance of this and act humanely. Are they no bank Mitra? @FinMinIndia https://t.co/a9MdVizHim
— Nirmala Sitharaman (@nsitharaman) April 20, 2023
ଜବାବ ରଖିଥିଲା ବ୍ୟାଙ୍କ: ତେବେ ନିର୍ମଳା ସୀତାରମଣଙ୍କ ଟ୍ବିଟର ଜବାବ ରଖି ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ସମ୍ପୃକ୍ତା ବୃଦ୍ଧାଙ୍କ ପେନସନ ଟଙ୍କା ପଇଠ କରାଯାଇଥିବା ସୂଚନା ଦେଇଛନ୍ତି । ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଅର୍ଥ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।
1/3
— State Bank of India (@TheOfficialSBI) April 20, 2023
Madam, we are equally pained to see this video. Smt Surya Harijan in the video used to withdraw her old age pension from the CSP point situated in her village every month. Due to old age, her finger prints were not matching at the CSP point.
ଏଥିସହ ସେ ଉଲ୍ଲେଖ କରିଛନ୍ତି, ବୃଦ୍ଧାଙ୍କ ଟିପ ଚିହ୍ନ ନ ମିଶିବାରୁ ଏହି ସମସ୍ୟା ଉପୁଜିଥିଲା। ଆମେ ତାଙ୍କ କଷ୍ଟ ବୁଝିପାରି ତୁରନ୍ତ ତାଙ୍କ ସମସ୍ୟାର ସମାଧାନ କରିଛୁ। ଏହା ପରେ ଆଜି ନବରଙ୍ଗପୁର ଏସବିଆଇର ଚିଫ୍ ମ୍ୟାନେଜରଙ୍କ ସହ ଏକ ଟିମ୍ ସୂର୍ଯ୍ୟଙ୍କ ଘରକୁ ଆସି ପ୍ରତି ମାସରେ ତାଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଯାଇଛନ୍ତି ।












Click it and Unblock the Notifications