For Quick Alerts
Turn On Notification  
For Daily Alerts
Oneindia App Download

ବଢିବ ବିଧାୟକଙ୍କ ଦରମା ! ବିଧାନସଭା ଉପଦେଷ୍ଟା କମିଟିର ବିଚାର ବିମର୍ଶ

ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପେଦଷ୍ଟା କମିଟି ବୈଠକରେ ଏନେଇ ଆଲୋଚନା ଶେଷ ହୋଇଛି । ଖୁବଶୀଘ୍ର ବିଧାୟକଙ୍କ ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ ।

|

ଭୁବନେଶ୍ୱର: ବଢିବ ବିଧାୟକଙ୍କ ଦରମା । ବିଧାନସଭାର ଉପେଦଷ୍ଟା କମିଟି ବୈଠକରେ ଏନେଇ ଆଲୋଚନା ଶେଷ ହୋଇଛି । ଖୁବଶୀଘ୍ର ବିଧାୟକଙ୍କ ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ ।

Salary of MLAs

ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ। ସବିଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସୂଚନାଥାଉକି, ଚଳିତ ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ । କିଛି ସଦସ୍ୟ କହିଥିଲେ ଯେ, ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ହୋଇଥିଲା ।

ସେହିପରି ବିଧାୟକଙ୍କ ଦରମା ସହ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଛି । ସେହିଭଳି ପୂର୍ବତନ ବିଧାୟକଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚ ମଧ୍ୟ ବୃଦ୍ଧି କରିବାକୁ ଆଲୋଚନା ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଧାୟକଙ୍କ ଭତ୍ତା ଓ ଦରମା କମ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha: Salary of MLAs to increase
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X