Get Updates
Get notified of breaking news, exclusive insights, and must-see stories!

ଟୁଙ୍ଗୁରୁ ଭୋଳ, କରୁଛି ଖେଳ

ଏବେ ଟୁଙ୍ଗୁରୁଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ ଏକ ମ୍ୟୁଜିକ ଭିଡିଓରେ ଅଭିନୟ କରିବା ପାଇଁ ଟୁଙ୍ଗୁରୁଙ୍କୁ ଅଫର୍ ମିଳିଛି ।

ଭୁବନେଶ୍ୱର: ଟୁଙ୍ଗୁରୁ ଭୋଳ ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଚେହେରା । ଗାଁଠୁ ନେଇ ସହର ହାଟରେ ଘାଟରେ ଟୁଙ୍ଗୁରୁଙ୍କୁ ନେଇ ଚର୍ଚ୍ଚା। ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ରାଜ୍ୟରେ ଚହଳ ପକାଇବା ପରେ ଏବେ ପରିଚିତ ଚେହେରା ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ ।

Tunguru Bhola

ଏବେ ଟୁଙ୍ଗୁରୁଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ ଏକ ମ୍ୟୁଜିକ ଭିଡିଓରେ ଅଭିନୟ କରିବା ପାଇଁ ଟୁଙ୍ଗୁରୁଙ୍କୁ ଅଫର୍ ମିଳିଛି । ଜଣେ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ କଥାହୋଇ ଏହାକୁ ଫାଇନାଲ୍ କରିଛନ୍ତି । ଆଉ ଆଲବମ୍ ସୁଟିଂରେ ସୋମବାର କୋଣାର୍କରେ ଅଛନ୍ତି ଟୁଙ୍ଗୁରୁ ଭୋଳ। ଏବେ ସେ ବହୁତ ବ୍ୟସ୍ତମୟ ଲୋକ ପାଲଟିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନ ଖଣ୍ଡଗିରିବାରୀ ଶରଧାପଲ୍ଲୀ ବସ୍ତିରେ ରହୁଥିବା ପ୍ରିୟା(ଛଦ୍ମନାମ, ୩୮) ନାମ୍ନୀ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ । ହେଲେ ପ୍ରେମିକାକୁ ଗିରଫ ନ କରିବାକୁ ପୁଲିସ୍‌ ପାଖରେ ସର୍ତ୍ତ ରଖିଥିଲେ । ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖାସିନ୍ଦୁର ଓ ଫୁଲମାଳ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଲେ । ଶେଷର ପୁଲିସ୍‌ କିଛି ଉପୟ ନ ପାଇ ଘଟଣାର ଛାନ୍‌ଭିନ୍‌ କରିଥିଲା ।

ପୂର୍ବରୁ ଟୁଙ୍ଗୁରୁଙ୍କ ଉପରେ ଆଧାରିତ ଏକ ଅଡିଓ ସଙ୍ଗ୍ ମଧ୍ୟ ରିଲିଜ୍ ହୋଇଥିଲା ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଅଭିଜିତ ମଜୁମଦାର ଓ ଶୀତଲ କଣ୍ଠଦାନ କରିଛନ୍ତି । ଜଣେ ବର୍ଷା ରାଣୀ ଜଣେ ଟୁଙ୍ଗୁରୁ ଭୋଳ, ଯା ଦେଖିବୁ ଲୁଚିକି କେତେ କରନ୍ତି ଖେଳ, ଗଞ୍ଜେଇ ନିଶା ଭାଉଜ ପ୍ରେମ ଦେଉଛି ମୁଣ୍ଡ ଘାରି, ଟୁଙ୍ଗୁରୁ ଭୋଳକୁ ନେଇ ଏଭଳି ଧୂମଧଡାକ ଗୀତ ରିଲିଜ ହୋଇଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ସହ ଓଲିଉଡର ଆହୁରି ଅନେକ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି । ଟୁଙ୍ଗୁରୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗକୁ ଟୁଙ୍ଗୁରୁ ଭୋଳ କରିବ ଖେଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+