ରାୟଗଡ଼ା : 70 କଏଦୀ ଓ 5 ଜେଲ୍ କର୍ମଚାରୀ କୋଭିଡ୍ ପଜେଟିଭ୍

ରାୟଗଡା ଗୁଣପୁର ଉପ-କାରାଗାରରେ 70 କଏଦୀ ଏବଂ ପାଞ୍ଚ ଜଣ ଜେଲ କର୍ମଚାରୀ କୋଭିଡ-19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ରାୟଗଡା : ଗୁଣପୁର ଉପ-କାରାଗାରରେ 70 କଏଦୀ ଏବଂ ପାଞ୍ଚ ଜଣ ଜେଲ କର୍ମଚାରୀ କୋଭିଡ-19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜେଲ ଅଧୀକ୍ଷକ କାମାକ୍ଷା ପ୍ରସାଦ ପତି ଏସମ୍ପର୍କରେ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି ଯେ, 113 ଅନ୍ତେବାସୀ ଏବଂ ସମସ୍ତ ଜେଲ କର୍ମଚାରୀଙ୍କ ସ୍ୱାବ ନମୁନାକୁ କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲା ।

କରୋନା

ସୋମବାର ମିଳିଥିବା ରିପୋର୍ଟ ଅନୁଯାୟୀ 70 ଜଣ ଅନ୍ତେବାସୀ ଏବଂ ପାଞ୍ଚ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କଏଦୀମାନଙ୍କୁ ଏକ ପୃଥକ କୋଠରୀରେ ରଖାଯାଇଛି ଏବଂ ସଂକ୍ରମିତ ଜେଲର କର୍ମଚାରୀମାନେ ଘରେ ସଙ୍ଗରୋଧରେ ଥିବା ସେ କହିଛନ୍ତି ।
ଆହୁରି ମଧ୍ୟ ସମଗ୍ର ଜେଲକୁ ସାନିଟାଇଜ୍ କରାଯାଇଛି ଏବଂ ସଂକ୍ରମିତ ଅନ୍ତେବାସୀ ଓ କର୍ମଚାରୀଙ୍କ କନଟାକ୍ଟ ଟ୍ରେସିଂ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+