For Quick Alerts
Turn On Notification  
For Daily Alerts
Oneindia App Download

ସଡକ ଓ ଭିତ୍ତିଭୂମି ବିକାଶ ପାଇଁ ସାଢେ ୧୪ ହଜାର କୋଟି

ଚଳିତ ବର୍ଷ ବଜେଟ୍ ରେ ଗମନାଗମନକୁ ଗୁରୁତ୍ୱ ଦିଆଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ବଜେଟ ହୋଇଥିବା ବେଳେ । । ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟିର ବ୍ୟୟବରାଦ ହୋଇଛି

|

ବିଧାନସଭାରେ ଉପସ୍ଥାପିତ ହୋଇସାରିଛି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ପେନ୍ ଡ୍ରାଇଭରେ ଓଡ଼ିଶା ବଜେଟ-୨୦୨୨ ଦେଇଥିଲେ । ଯାହାକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପ୍ରଗତିଶୀଳ,ବିକାଶକେନ୍ଦ୍ରିକ ଓ ଗରିବଙ୍କ ସ୍ୱାର୍ଥରେ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ବର୍ଷ ବଜେଟ୍ ରେ ଗମନାଗମନକୁ ଗୁରୁତ୍ୱ ଦିଆଯାଇଛି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି ।

State ,Budget

ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟିର ବ୍ୟୟବରାଦ ହୋଇଛି ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ଲାଗି ୧୪, ୪୫୪ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରହିଛି ,ସେଥିମଧ୍ୟରୁ ୩୦କୋଟି ଟଙ୍କା ରାଜ୍ୟ ରାଜପଥ ବିକାଶ ପାଇଁ ହେବ ଖର୍ଚ୍ଚ ,ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି , ସଡକ, ସେତୁ ନିର୍ମାଣ ଓ ଉନ୍ନତିକରଣ ୭ ଶହ କୋଟି , ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଖର୍ଚ୍ଚ ହେବ ୨୫୪୫ କୋଟି ,ବିଜୁ ସେତୁ ଯୋଜନା ୧୬୮୮ କୋଟି ଟଙ୍କା୨୦୨୨-୨୩ରେ ୨୮୧ଟି ସେତୁ ନିର୍ମାଣ ଲକ୍ଷ୍ୟ ,ଗ୍ରାମ୍ୟ ସଡକ ଓ ସେତୁ ପ୍ରକଳ୍ପ ପାଇଁ ୨୨୦ କୋଟି ଓ ରାଉରକେଲା, ଜୟପୁର, ଝାରସୁଗୁଡା ଏୟାରପୋର୍ଟରେ ୩୨୫ କୋଟି ,ରେଳପ୍ରକଳ୍ପର ବିକାଶ ପାଇଁ ୫୪୭ କୋଟି ଏବଂ ବ୍ଲକସ୍ତରୀୟ ବସଷ୍ଚାଣ୍ତ ଲାଗି ୨୫କୋଟି ବ୍ୟୟବରାଜ ହେବ

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ସଡକ ଓ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ୧୪,୪୫୪ କୋଟିର ବ୍ୟୟବରାଦ ହୋଇଛି ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ଲାଗି ୧୪, ୪୫୪ କୋଟି ଟଙ୍କାର ବ୍ୟୟ ଲକ୍ଷ୍ୟ ରହିଛି
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X