ଦେବଗଡରେ ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ, ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ଓଡ଼ିଶାରେ ଚିହ୍ନଟ ହେଲା ପ୍ରଥମ ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଏନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଏହି ସୂଚନା ପରେ ଚିହ୍ନଟ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଦେବଗଡର ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ କହିଛି ।
ଭୁବନେଶ୍ବର: ଓଡ଼ିଶାରେ ଚିହ୍ନଟ ହେଲା ପ୍ରଥମ ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଏନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଏହି ସୂଚନା ପରେ ଚିହ୍ନଟ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଦେବଗଡର ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ କହିଛି ।

ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ୪୮ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରୁ ୨୦, ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରୁ ୩, ପଞ୍ଜାବ ଓ ଗୁଜୁରାଟରୁ ୨ ଜଣ ଲେଖାଏଁ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
As of today, there are 48 cases of Delta Plus across the country: Dr SK Singh, National Centre for Disease Control (NCDC) Director #COVID19 pic.twitter.com/2DKkvqJjQE
— ANI (@ANI) June 25, 2021












Click it and Unblock the Notifications