୭ ଦିନ ପାଇଁ ବନ୍ଦ ହେଲା ରାଜଧାନୀର ପ୍ରତିଷ୍ଠିତ ହୋଟେଲ ଗ୍ରୀନ ଚିଲି
Odisha’s capital was sealed for seven days BY BMC୭ ଦିନ ପାଇଁ ବନ୍ଦ ହେଲା ରାଜଧାନୀର ପ୍ରତିଷ୍ଠିତ ହୋଟେଲ ଗ୍ରୀନ ଚିଲି
ଭୁବନେଶ୍ୱର: ସାତ ଦିନ ପାଇଁ ବନ୍ଦ ହେଲା ରାଜଧାନୀର ପ୍ରତିଷ୍ଠିତ ହୋଟେଲ ଗ୍ରୀନ ଚିଲି । ଆସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଇଥିବାରୁ ବିଏମସି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲି ଦୋକାନରେ ଚଢାଉ କରି ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ତେବେ ଆଜି ସକାଳୁ ବିଏମସିର ଏକ ଟିମ୍ ଜାଞ୍ଚ କରିବା ପାଇଁ ମାଷ୍ଟକ କ୍ୟାଣ୍ଟିନ ଗ୍ରୀନ ଚିଲି ଦୋକାନରେ ପହଁଚିଥିଲେ ।ଯେଉଁଠି ଖାଦ୍ୟ ତିଆରି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ କରାଯିବା ସହ ଦୋକାନରେ ନଥିଲା ଡଷ୍ଟବିନ ,କାଗଜଓ ରନ୍ଧା ସାମଗ୍ରି ବାହେରେ ପଡୁଥିବାରେ ଦେଖି ରାଜଧାନୀର ପ୍ରତିଷ୍ଠିତ ହୋଟେଲ ଗ୍ରୀନ ଚିଲିକୁ ସାତ ଦିନ ପାଇଁ ସିଲ୍ କରାଥିଲା ବିଏମସିର । ବିଏଏମସି ପକ୍ଷରୁ ଏହି ନିଷ୍ପତ୍ତିକୁ ଫାଇନାଲ ମଧ୍ୟ କରାଯାଇଛି ।

ତେବେ ଖାଦ୍ୟ ଦୋକାନ ପାଖରେ ଡଷ୍ଟବିନ ରଖିବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।












Click it and Unblock the Notifications